19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପ୍ରଶ୍ନପତ୍ର ଲିକ୍ କରିବା ଏକ ବ୍ୟବସାୟ ପାଲଟିଛି: ଉପରାଷ୍ଟ୍ରପତି

ପ୍ରଶ୍ନପତ୍ର ଲିକ୍ କରିବା ଏକ ବ୍ୟବସାୟ ପାଲଟିଛି: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍‌କୁ ନେଇ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଧନଖଡ କହିଛନ୍ତି, ବର୍ତ୍ତମାନ ସମୟରେ ପିଲାଙ୍କ ଭବିଷ୍ୟତ ସହ ଖେଳିବା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ଲିିକ୍ କରିବା କିଛି ଲୋକଙ୍କ ପାଇଁ ଏକ ବ୍ୟବସାୟ ପାଲଟିଛି। ଏସବୁକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍‌। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ଏଭଳି ଅପରାଧ ଉପରେ ବିରାମ ଲଗାଯିବା ଉଚିତ୍‌। ଧନଖଡଙ୍କ କହିବାନୁସାରେ ଯଦି ପ୍ରଶ୍ନପତ୍ର ଲିକ୍ ହୁଏ ତେବେ ଚୟନର ନିରପେକ୍ଷତାର କୌଣସି ଅର୍ଥ ନାହିଁ।

ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ଶ୍ରୀ ଧନଖଡ କେନ୍ଦ୍ର ସରକାରଙ୍କ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ଅର୍ଥ ନିବାରଣ) ବିଲ୍ ୨୦୨୪କୁ ପ୍ରଶଂସା କରିଛନ୍ତି। ଧନଖଡ କହିଛନ୍ତି ଛାତ୍ରଛାତ୍ରୀମାନେ ଏବେ ଦୁଇଟି ଭୟର ସମ୍ମୁଖୀନ ହେଉଛନ୍ତି। ପ୍ରଥମଟି ହେଉଛି ପରୀକ୍ଷାର ଭୟ ଏବଂ ଦ୍ୱିତୀୟଟି ହେଉଛି ପ୍ରଶ୍ନପତ୍ର ଲିକ୍ ଭୟ। ଛାତ୍ରଛାତ୍ରୀମାନେ ମାସ ମାସ ଧରି ପ୍ରସ୍ତୁତି କରନ୍ତି, କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେଲେ ଏହା ସେମାନଙ୍କ ପାଇଁ ଏକ ବଡ଼ ଝଟକା ହୋଇଥାଏ, ଯାହା ଅତ୍ୟନ୍ତ ନିରାଶାଜନକ।

ଗତ ସପ୍ତାହରେ ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଗତ ଜାନୁଆରୀ ୩ରେ ସେ କହିଥିଲେ ଯେ ବିଜେପି ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛି। ବିଜେପି ଏକଲବ୍ୟ ଭଳି ଯୁବଗୋଷ୍ଠୀଙ୍କ ଅଙ୍ଗୁଳି କାଟିନେଉଛି। କିନ୍ତୁ କେନ୍ଦ୍ର ସରକାର ପରୀକ୍ଷାରେ ହେଉଥିବା ଦୁର୍ନୀତିକୁ ରୋକିବା ଦିଗରେ ସବୁ ପ୍ରୟାସ କରିବା ଜାରି ରଖିଥିବା ବେଳେ ଏବେ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ଅର୍ଥ ନିବାରଣ) ବିଲ୍ ୨୦୨୪ ଆଣିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking