14.1 C
Bhubaneswar
Friday, December 19, 2025
Homeଓଡିଶାସହଦେବ ନାୟକ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ସହଦେବ ନାୟକ ହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

 ମୃତ ସହଦେବ ନାୟକଙ୍କ ପୂର୍ବ ଭିଡିଓ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି
 ଘଟଣାର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଉ

ଭୁବନେଶ୍ୱର:  ପୋଲିସ ମିତ୍ର ଓ ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କୁ ଦିବାଲୋକରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ ବାଢିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ବିଜେଡିର ମୁଖପାତ୍ର ଶ୍ରୀ ଗୌତମବୁଦ୍ଧ ଦାସ ଓ ଦଳର ମିଡ଼ିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି କହିଥିଲେ, ଏହି ଜଘନ୍ୟ ହତ୍ୟାକାଣ୍ଡରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରି ଘଟଣାର ସମାଧାନ କରିଦେଇଛି ବୋଲି ଦାବି କରୁଛି, କିନ୍ତୁ ସମଗ୍ର ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି । କେବଳ ପାଞ୍ଚ ଜଣ ଅଭିଯୁକ୍ତ ନୁହେଁ, ଏଥିରେ ସମ୍ପୃକ୍ତ ସମସ୍ତ ଷଡ଼ଯନ୍ତ୍ରକାରୀଙ୍କୁ ଧରାଯିବାର ଆବଶ୍ୟକ ରହିଛି । ଏହି ଘଟଣାରେ ନଭେମ୍ୱର ମାସରେ ସହଦେବ ନାୟକ ଦେଇଥିବା ଏକ ବୟାନର ଭିଡିଓ ପ୍ରଦର୍ଷିତ କରିଥିଲେ, ଯେଉଁଥିରେ ସହଦେବ ନାୟକଙ୍କ ଘରକୁ ପୋଲିସର ଏକ ସ୍ପେସିଆଲ ସ୍କ୍ୱାଡ୍ ଯାଇ ତାଙ୍କ ଘରେ ବ୍ରାଉନସୁଗାର ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲେ। ପୋଲିସ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲା। ତାଙ୍କ ଘରେ ସିସି କ୍ୟାମେରା ଲାଗିଥିବା ଜାଣିବା ପରେ ପୋଲିସ ଏହି ଉଦ୍ୟମରୁ ନିବୃତ ହୋଇଥିଲା।

ଭିଡିଓ ପ୍ରଦର୍ଷିତ ହେବା ପରେ ଶ୍ରୀ ଦାସ କହିଥିଲେ, ଜଣେ ପୋଲିସ ମିତ୍ରର ଘରେ ପଶି ତାକୁ ଧମକ ଚମକ ଦେବା ଓ ତା ଘରେ ବ୍ରାଉନସୁଗାର ରଖି ତାକୁ ଫସାଇବାକୁ ଉଦ୍ୟମ କରିବା କେଉଁ କାରଣ ପାଇଁ ପୋଲିସକୁ ଆବଶ୍ୟକତା ପଡିଲା? ତାଛଡ଼ା, ବ୍ରାଉନସୁଗାର ବେପାର ସମ୍ପର୍କରେ ପୋଲିସକୁ ସହାୟତା କରୁଥିବା ସହଦେବ ନାୟକକୁ ପୋଲିସ ଫସାଇବାକୁ ଉଦ୍ୟମ କରିବା ଅର୍ଥ ବ୍ରାଉନସୁଗାର ବେପାରୀଙ୍କୁ ସହାୟତା କରିବା ସହ ସମାନ। ପୋଲିସ ବ୍ରାଉନସୁଗାର ବେପାରୀଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ସହଦେବ ନାୟକକୁ ଫସାଇବାକୁ ଚେଷ୍ଟା କରୁଥିଲା ବୋଲି ସ୍ୱାଭାବିକ ଭାବେ ସନ୍ଦେହ ଉପୁଜୁଛି । ସେହିପରି ଡଃ ମହାନ୍ତି କହିଥିଲେ, ପୋଲିସ ଏହି ହତ୍ୟାକାଣ୍ଡରେ ବ୍ରାଉନସୁଗାର ବେପାରୀଙ୍କ ହାତ ରହିଛି ବୋଲି ସ୍ୱୀକାର କରିଛି। ଅପରପକ୍ଷରେ, ପୋଲିସର ବ୍ରାଉନସୁଗାର ବେପାରୀଙ୍କ ସହ ସମ୍ପୃକ୍ତିର ଅଭିଯୋଗ ଆସୁଛି। ସମଗ୍ର ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ଏହି ଘଟଣାର ତଦନ୍ତ ଦାୟିତ୍ୱ ପୋଲିସ ହାତରେ ରହିବା ସମିଚୀନ ନୁହେଁ। ତେଣୁ ବିଜୁ ଜନତା ଦଳ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking