14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ

ତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ

ତେଲେଙ୍ଗାନା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା। ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବୈକୁଣ୍ଠ ଦ୍ୱାର ଦର୍ଶନ କରିବାକୁ ବୁଧବାର ସକାଳୁ ପାଖାପାଖି ୪ ହଜାର ଲୋକେ ଭକ୍ତ ଟିକେଟ ଧାଡ଼ି ଲଗାଇଥିଲେ। ତେବେ ଟୋକେନ୍ ବଣ୍ଟନ ପାଇଁ ଭକ୍ତମାନଙ୍କୁ ବାଇରାଗୀ ପଟ୍ଟିଦା ପାର୍କରେ ଧାଡ଼ି ଲଗାଇଭାକୁ କୁହାଯିବାରୁ ଏହି ଘଟଣା ଘଟିଥିଲା ଦଳଚକଟା ପରେ ସେଠାରେ ପ୍ରଭଳ ହୋହଲ୍ଲା ହୋଇଥିଲା। ମଲ୍ଲିକା ନାମକ ଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦଳାଚକଟା ଘଟଣା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ଚେୟାରମ୍ୟାନ୍ ବି.ଆର ନାଇଡୁ ବର୍ତ୍ତମାନ ଏକ ଜରୁରୀ ବୈଠକ ଡକାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking