25.1 C
Bhubaneswar
Friday, March 6, 2026
Homeଦେଶ ବିଦେଶବିବାହ ଉତ୍ସବରେ ମଦ ଓ ଡିଜେକୁ ମନା କଲେ ମିଳିବ ୨୧ ହଜାର ଟଙ୍କା

ବିବାହ ଉତ୍ସବରେ ମଦ ଓ ଡିଜେକୁ ମନା କଲେ ମିଳିବ ୨୧ ହଜାର ଟଙ୍କା

ଚଣ୍ଡୀଗଡ଼: ପଞ୍ଜାବର ବଠିଣ୍ଡା ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତ ଏକ ନିଆରା ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିକୁ ଶୁଣିଲେ ଆପଣ ବି ପ୍ରଶଂସା କରିବେ। ବାସ୍ତବରେ, ବଠିଣ୍ଡା ଜିଲ୍ଲାର ବାଲେ ଗ୍ରାମ ପଞ୍ଚାୟତ ଘୋଷଣା କରିଛି ଯେ ବିବାହ ଉତ୍ସବରେ ଡିଜେ ଏବଂ ମଦ ଉପରେ ପ୍ରତିବନ୍ଧକ ଲଗାଉଥିବା ପରିବାରକୁ ୨୧ ହଜାର ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯିବ। ଗାଁର କଲ୍ୟାଣ ତଥା ନିଶା ସେବନକୁ ବିରୋଧ ପାଇଁ ଏକ ଅଭିଯାନ ଭାବରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କାହିଁକି ନିଆଯାଇଛି ସେନେଇ ସରପଞ୍ଚ ଅମରଜିତ୍ କୌର କହିଛନ୍ତି ଯେ ଗ୍ରାମବାସୀଙ୍କୁ ବିବାହ ସମାରୋହରେ ଅତ୍ୟଧିକ ଖର୍ଚ୍ଚ ନକରିବା ଏବଂ ମଦ୍ୟପାନକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ସାଧାରଣତଃ ଦେଖାଯାଏ ଯେ ବିବାହ କାର୍ଯ୍ୟକ୍ରମ ସମୟରେ ବରଯାତ୍ରୀଙ୍କ ସହ ଅନ୍ୟମାନେ ମଦ ସେବନ କରୁଛନ୍ତି। ସେହିପରି ଉଚ୍ଚ ସ୍ୱରରେ ଡିଜେ ବଜାଯାଉଛି। ଯାହାକି ଗ୍ରାମ୍ୟ ପରିବେଶକୁ ପ୍ରଭାବିତ କରୁଛି। ବିଶେଷ କରି ମଦ୍ୟପାନ କରି ବରଯାତ୍ରୀ ନାଚିବା ହେଉ କି ଉଚ୍ଚ ସ୍ୱରରେ ଡିଜେ ବଜାଇବା ଦ୍ୱାରା ଅନେକଙ୍କୁ ସମସ୍ୟା ହୁଏ ।

ସରପଞ୍ଚ କହିଛନ୍ତି ଯେ ଏହା ବ୍ୟତୀତ ଉଚ୍ଚ ସ୍ୱରରେ ଗୀତ ବଜାଇବା ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି କରିଥାଏ। ସେ କହିଛନ୍ତି ଯେ ଆମେ ଲୋକଙ୍କୁ ବିବାହ ସମାରୋହରେ ଏସବୁ ନକରିବାକୁ ଉତ୍ସାହିତ କରିବାକୁ ଚାହୁଁ। ଗ୍ରାମ ସରପଞ୍ଚ କହିଛନ୍ତି ଯେ ପଞ୍ଚାୟତ ଏକ ସଂକଳ୍ପ ପାରିତ କରିଛି ଯେଉଁଥିରେ ଯଦି କୌଣସି ପରିବାର ମଦ ଏବଂ ଡିଜେ ଉପରେ ପ୍ରତିବନ୍ଧକ ଲଗାଇବେ ତେବେ ତାଙ୍କୁ ୨୧୦୦୦ ଟଙ୍କା ପ୍ରଦାନ କରାଯିବ। ବାଲୋ ଗାଁର ଜନସଂଖ୍ୟା ପ୍ରାୟ ୫୦୦୦ । କୌର ଆହୁରି କହିଛନ୍ତି ଯେ ଏହି ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ପଞ୍ଚାୟତ ସରକାରଙ୍କୁ ଦାବି କରିଛି ଯାହା ଦ୍ୱାରା ଯୁବକମାନଙ୍କୁ କ୍ରୀଡାରେ ଭାଗ ନେବାକୁ ଉତ୍ସାହିତ କରାଯାଇପାରିବ। ସରପଞ୍ଚ କହିଛନ୍ତି ଯେ କେବଳ ଏତିକି ନୁହେଁ ନୂଆ ସଂକଳ୍ପ ମୁତାବକ ଜୈବିକ ଚାଷ କରୁଥିବା ଚାଷୀଙ୍କୁ ମାଗଣା ବିହନ ଯୋଗାଇ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking