29.1 C
Bhubaneswar
Monday, April 27, 2026
Homeଦେଶ ବିଦେଶପାକିସ୍ତାନରେ ୨୨ ଘଣ୍ଟା ବିଜୁଳି କାଟକୁ ନେଇ ବିକ୍ଷୋଭ

ପାକିସ୍ତାନରେ ୨୨ ଘଣ୍ଟା ବିଜୁଳି କାଟକୁ ନେଇ ବିକ୍ଷୋଭ

ନୂଆଦିଲ୍ଲୀ:ପାକିସ୍ତାନର ଅଧିକୃତ କାଶ୍ମୀରର ଗିଲଗିଟ୍ -ବାଲ୍ଟିସ୍ତାନର ହୁଞ୍ଜା ଜିଲ୍ଲାରେ ୨୨ ଘଣ୍ଟିଆ ବିଦ୍ୟୁତ୍ କାଟ ଘଟଣା। ଏହାକୁ ବିରୋଧ କରି ଜାରି ବିକ୍ଷୋଭ। ଆଉ ଏହି କରାକୋରାମ ରାଜପଥରେ ଯାତାୟାତ ବନ୍ଦ ରହିଥିବା ବେଳେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ବନ୍ଦ ହୋଇଯାଇଛି। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ବିକ୍ଷୋଭକାରୀମାନେ ସୋମବାର ଠାରୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ତେବେ ହୁଞ୍ଜା ଆୱାମୀ ଆକ୍ସନ କମିଟି ଏବଂ ଅଲ ପାର୍ଟି ଟ୍ରେଡର୍ସ ଆସୋସିଏସନ ଦ୍ୱାରା ଏହି ବିରୋଧ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭକାରୀଙ୍କ ଅଭିଯୋଗ ମୁତାବକ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରହିବ । ଗିଲଗିଟ୍‌-ବାଲ୍ଟିସ୍ତାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସଭାପତି ଇମ୍ରାନ ଅଲିଙ୍କ ଅନୁଯାୟୀ, ଆମଦାନୀ ତଥା ରପ୍ତାନି ସାମଗ୍ରୀରେ ଭର୍ତ୍ତି ହୋଇଥିବା ୭୦୦ ରୁ ଅଧିକ ଟ୍ରକ ଅଟକି ରହିଛି। ଚୀନ୍‌ରୁ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଗୁଡ଼ିକ ସିପିଇସି ଡାର୍ଟ ପୋର୍ଟରେ ଅଟକି ରହିଥିବାବେଳେ ପାକିସ୍ତାନୀ ଟ୍ରକ୍ ହୁଞ୍ଜା ସୀମା ମଧ୍ୟରେ ଅଟକି ରହିଛି । ଫଳରେ ଦେଶର ଅନ୍ୟ ସ୍ଥାନକୁ ସାମଗ୍ରୀ ବିତରଣ କରିବାରେ ଅସୁବିଧା ଉପୁଜିଛି । ସୀମାରୁ ବରଫ ହଟାଇବା ପାଇଁ ପଠାଯାଇଥିବା ଯନ୍ତ୍ରପାତି ମଧ୍ୟ ଅଟକି ଯାଇଛି, ଯେଉଁଥିପାଇଁ ସୀମା ରକ୍ଷଣାବେକ୍ଷଣ କାର୍ଯ୍ୟରେ ବିଳମ୍ବ ହେଉଛି। ବଢୁଥିବା ସଙ୍କଟ ସତ୍ତ୍ୱେ ସରକାର ପରିସ୍ଥିତିର ମୁକାବିଲା ପାଇଁ କେ?ଣସି ରଣନୀତି ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି। ଯାହାକୁ ନେଇ ବିକ୍ଷୋଭକାରୀମାନେ ବର୍ତ୍ତମାନ ଚକ ଜାମ ଏବଂ ସଟର-ଡାଉନ୍ ଷ୍ଟ୍ରାଇକ୍ ଘୋଷଣା କରି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking