ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ ଖବର । ପାକିସ୍ତାନରୁ ସ୍ଥାନାନ୍ତର ହୋଇପାରେ ଚାମ୍ପିୟନ୍ସ ଟ୍ରଫି । ୟୁଏଇରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବା ନେଇ ଜାତୀୟ ଗଣମାଧ୍ୟମ ରେ ଚର୍ଚ୍ଚା ଚାଲିଛି । ପାକିସ୍ତାନରେ ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ ହୋଇ ନଥିବାରୁ ଆଶଙ୍କା ବଢିଲା । ଫେବ୍ରୁଆରୀ ୧୨ ସୁଦ୍ଧା ସବୁ ଷ୍ଟାଡିୟମ ଆଇସିସିକୁ ହସ୍ତାନ୍ତର କରିବା ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମରେ କାମ ଚାଲିଛି । ସେଥିପାଇଁ ଭେନ୍ୟୁରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ପୂର୍ୱରୁ ହାଇବ୍ରିଡ ମଡେଲ ରେ ମ୍ୟାଚ ଖେଳାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଧାଯ୍ୟ ସମୟରେ ଷ୍ଟାଡିୟମରେ ପ୍ରସ୍ତୁତ ନହେଲେ ସବୁ ମ୍ୟାଚ ୟୁଏଇରେ ମ୍ୟାଚ ହୋଇପାରେ ।










