18.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶପ୍ରେମୀ ଯୁଗଳଙ୍କ ପାଇଁ ଚିନ୍ତା ବଢ଼ାଇଲା ଓୟୋ

ପ୍ରେମୀ ଯୁଗଳଙ୍କ ପାଇଁ ଚିନ୍ତା ବଢ଼ାଇଲା ଓୟୋ

ନୂଆଦିଲ୍ଲୀ: ଅବିବାହିତ ଦମ୍ପତିଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସହଜରେ ମିଳିବନି ହୋଟେଲରେ ଚେକ୍ ଇନ୍ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଖାସ ପସନ୍ଦ ଥିବା ହୋଟେଲ ଓୟୋ ନୂଆ ବର୍ଷରେ ଆଣିଛି ନୂଆ ନିୟମ । ଯେଉଁମାନେ ବିବାହ କରି ନଥିବେ ତାଙ୍କୁ ଓୟୋ ହୋଟେଲରେ ମିଳିବନି ପ୍ରବେଶ ପାଇଁ ଅନୁମତି । ପ୍ରେମୀ ଯୁଗଳଙ୍କ ପାଇଁ ଏହି ନିୟମ ଏବେ ଚିନ୍ତାର କାରଣ ହୋଇଛି । ହୋଟେଲ ବୁକିଂ କମ୍ପାନୀ ଓୟୋ ଏହାର ପାର୍ଟନର ହୋଟେଲଗୁଡ଼ିକ ପାଇଁ ଏକ ନୂଆ ଚେକ୍ ଇନ୍ ନିୟମ ଲାଗୁ କରିଛି ।

ଏହି ନୂଆ ଗାଇଡଲାଇନ ଅନୁଯାୟୀ, ଅବିବାହିତ ଦମ୍ପତିଙ୍କୁ ଆଉ ଓୟୋ ହୋଟେଲରେ ଚେକ୍ ଇନ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ନିୟମ ପ୍ରଥମେ ମିରଟରେ କାର୍ଯ୍ୟକାରୀ ହୋଇଛି ଏବଂ ଏହା ଚଳିତ ବର୍ଷରୁ ପାଳନ କରାଯିବ । ନୂଆ ନିୟମ ଅନୁଯାୟୀ ସମସ୍ତ ଦମ୍ପତିଙ୍କୁ ବର୍ତ୍ତମାନ ଓୟୋରେ ଚେକ୍ ଇନ୍ ସମୟରେ ଏକ ଭ୍ୟାଲିଡ୍ ରିଲେସନସିପ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ । ଅନଲାଇନ୍ ହେଉ କିମ୍ବା ଅଫଲାଇନ୍ ବୁକିଂ ହେଉ, ସବୁଥିରେ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟ ହେବେ ପ୍ରେମୀ ଯୁଗଳ । ଓୟୋ ଏହାର ପାର୍ଟନର ହୋଟେଲଗୁଡ଼ିକୁ ଅବିବାହିତ ଦମ୍ପତିମାନଙ୍କ ବୁକିଂ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଦେଇଛି । ଓୟୋ କହିଛି ଯେ ସ୍ଥାନୀୟ ନିୟମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ ମିରଟରେ ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି ଓୟୋ । କମ୍ପାନୀ କହିଛି ଯେ ଏହି ନିୟମର ପ୍ରଭାବ ଏବଂ ମତାମତ ଉପରେ ନିର୍ଭର କରି ଏହା ଅନ୍ୟ ସହରରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ । କମ୍ପାନୀ କହିଛି ଯେ ନାଗରିକ ଗୋଷ୍ଠୀ, ମିରଟ ଏବଂ ଅନ୍ୟାନ୍ୟ ସହରର ସ୍ଥାନୀୟ ବାସିନ୍ଦା ଅବିବାହିତ ଦମ୍ପତିଙ୍କୁ ଚେକ୍ ଇନ୍ ବନ୍ଦ କରିବାକୁ ଓୟୋକୁ ଦାବି କରିଥିଲେ । ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଓୟୋ ସୁରକ୍ଷା ଓ ଭଲ ଆତିଥ୍ୟ ପାଇଁ ବେଶ ଜଣାଶୁଣା । ପରିବାର, ଛାତ୍ରଛାତ୍ରୀ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷିତ ଏବଂ ଭରସାଯୋଗ୍ୟ ବିକଳ୍ପ । ତେଣୁ ଲୋକମାନେ ଏଠାରେ ରହିବାକୁ ପସନ୍ଦ କରନ୍ତି । ତେବେ ଏହି ନିୟମ ସଫଳ ହେଲେ ଭାରତର ଅନ୍ୟ ରାଜ୍ୟ ତଥା ସହରରେ ଲାଗୁ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking