26.1 C
Bhubaneswar
Tuesday, January 7, 2025
Homeଓଡିଶାବିଜ୍ଞପ୍ତି ଜାରି, ନିଯୁକ୍ତ ହେବେ ୪୯୬ ଟିଜିଟି ଓଡ଼ିଆ ଶିକ୍ଷକ

ବିଜ୍ଞପ୍ତି ଜାରି, ନିଯୁକ୍ତ ହେବେ ୪୯୬ ଟିଜିଟି ଓଡ଼ିଆ ଶିକ୍ଷକ

ଭୁବନେଶ୍ବର: ହାଇସ୍କୁଲରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ । ଜାରି ହୋଇଥିବା ବିଜ୍ଞପ୍ତିରେ ୧୯୮୪ଟି କଳା ଶିକ୍ଷକ ପଦବିରୁ କେବଳ ୨୫ ପ୍ରତିଶତ ପଦବି ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ରଖାଯାଇଛି । ଅର୍ଥାତ୍‌ ରାଜ୍ୟରେ ୪୯୬ ଜଣ ଟିଜିଟି ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ବିଜ୍ଞପ୍ତି ପ୍ରକାଶ କରିଛି । ଓଏସ୍‌ଏସ୍‌ସି ଦ୍ୱାରା ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ । ବିଜ୍ଞପ୍ତି ଅନୁଯାୟୀ ଟିଜିଟି ଓଡ଼ିଆ, କଳା, ସାଇନ୍ସ (ପିସିଏମ୍‌), ସାଇନ୍ସ (ସିବିଜେଡ୍‌), ହିନ୍ଦୀ, କ୍ଲାସିକାଲ ଶିକ୍ଷକ (ସଂସ୍କୃତ), ତେଲୁଗୁ, ଉର୍ଦ୍ଦୁ ଶିକ୍ଷକ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯିବ ।

ଏହି ଶିକ୍ଷକ ପଦବି ଗ୍ରୁପ-ବି ବର୍ଗର ହୋଇଥିବା ବେଳେ ଏମାନେ ଲେଭଲ-୯ ସହ ମାସିକ ୩୫ ହଜାର ୪୦୦ ଟଙ୍କା ବେତନ ପାଇବେ । ସେହିପରି ଶାରୀରିକ ଶିକ୍ଷା ଶିକ୍ଷକ ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଗ୍ରୁପ-ସି ବର୍ଗର ହୋଇଥିବା ବେଳେ ଲେଭଲ-୯ ଅନୁଯାୟୀ ୨୯ ହଜାର ୨୦୦ ଟଙ୍କା ଦରମା ପାଇବେ । ଟିଜିଟି କଳା ପାଇଁ ୧୪୮୮ ପଦବିରେ ନିଯୁକ୍ତି ଦିଆଯିବ । ଟିଜିଟି ଓଡି଼ଆ ପାଇଁ ୪୯୬, ସାଇନ୍ସ (ପିସିଏମ୍‌)ରେ ୧୦୨୦, ସାଇନ୍ସ (ସିବିଜେଡ୍‌)ରେ ୮୮୦, ହିନ୍ଦୀ ୭୧୧, କ୍ଲାସିକାଲ(ସଂସ୍କୃତ)୭୨୯, ତେଲୁଗୁ ୬, ଉର୍ଦ୍ଦୁ ଶିକ୍ଷକ ପାଇଁ ୧୪ଟି ପଦବି ରହିଛି । ସେହିପରି ପିଇଟି ପାଇଁ ୬୮୧ ଜଣ ନିଯୁକ୍ତ ହେବେ । ମୋଟ ୬୦୨୫ଟି ଶିକ୍ଷକ ପଦବିରେ ନିଯୁକ୍ତି ହେବ ।

ତେବେ ଓଡ଼ିଆ ଶିକ୍ଷକ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତ ଓଡି଼ଆରେ ଯୁକ୍ତ ୩ ଓ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖିଥିବେ ପ୍ରାର୍ଥୀ । ଏଥିସହ ଏନ୍‌ସିଟିଇ ଅନୁମୋଦିତ ବିଏଡ୍‌ କିମ୍ବା ଏମ୍‌ଏଡ୍‌ ଶିକ୍ଷାନୁଷ୍ଠାନରେ ୩ ବର୍ଷିଆ ଇଣ୍ଟିଗ୍ରେଡେଟ୍‌ ବିଏଡ୍‌ କିମ୍ବା ୨ ବର୍ଷିଆ ବିଏଡ୍‌ କରିଥିବା ଆବଶ୍ୟକ । ହିନ୍ଦୀ, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁରେ ବିଏଡ୍‌ କିମ୍ବା ସ୍ୱତନ୍ତ୍ର ବିଏଡ୍‌ କରିଥିଲେ ଓଡି଼ଆ ଶିକ୍ଷକ ପଦବି ପାଇଁ ଆବେଦନ କରିପାରିବେ ନାହିଁ । ପ୍ରାର୍ଥୀ ଚୟନ ପାଇଁ ଲିଖିତ ପରୀକ୍ଷା ହେବ । ଏଥିରେ ୧୫୦ଟି ଏମ୍‌ସିକ୍ୟୁ ପ୍ରକାରର ପ୍ରଶ୍ନ ଆସିବ । ପ୍ରତ୍ୟେକ ପ୍ରଶ୍ନ ୧ ନମ୍ବର ବିଶିଷ୍ଟ ହେବ । ଏଥିରେ ସ୍ନାତକ ସ୍ତରର ପ୍ରଶ୍ନ ଆସିବ । ଯେଉଁଥିରେ ଓଡ଼ିଆ, ଶିକ୍ଷାଦାନ ଓ ମୂଲ୍ୟାଙ୍କନରୁ ପ୍ରଶ୍ନ ଆସିବ । ପରୀକ୍ଷାର୍ଥୀମାନେ ଓଡ଼ିଆରେ ପରୀକ୍ଷା ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking