30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶସ୍କର୍ପିଓକୁ ଧକ୍କା ଦେଲା ଟ୍ରକ, ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ, ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଆକ୍କାଲକୋଟ ଜିଲାରେ ବୁଧବାର ଏକ ସ୍କର୍ପିଓ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ୨ ଜଣ ମହିଳା ଅଛନ୍ତି। ନାନ୍ଦେଡ ଜିଲାରୁ ୧୧ ଜଣ ଶ୍ରଦ୍ଧାଳୁ ଅକ୍କାଲକୋଟରେ ଥିବା ଏକ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମିଣ୍ଡାର୍ଗି ନିକଟରେ ଏକ ଟ୍ରକ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଆହତମାନଙ୍କୁ ଆକ୍କାଲକୋଟସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking