32.1 C
Bhubaneswar
Monday, May 4, 2026
Homeଦେଶ ବିଦେଶକୃଷକ ସଂଗଠନର ପଞ୍ଜାବ ବନ୍ଦ ଡାକରା, ୧୫୦ ଟ୍ରେନ ବାତିଲ

କୃଷକ ସଂଗଠନର ପଞ୍ଜାବ ବନ୍ଦ ଡାକରା, ୧୫୦ ଟ୍ରେନ ବାତିଲ

ଚଣ୍ଡିଗଡ଼: ଜାରି ରହିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ଭଳି ଏକାଧିକ କୃଷକ ସଂଗଠନ ପକ୍ଷରୁ ଆଜି ପଞ୍ଜାବରେ ରାଜ୍ୟବ୍ୟାପୀ ବନ୍ଦ ପାଳନ ହୋଇଯାଇଛି। ଦୀର୍ଘ ୩୫ ଦିନ ଧରି ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଅବନତୀ ଘଟୁଥିବା ବେଳେ କୃଷକ ସଂଗଠନ ପକ୍ଷରୁ ତାଙ୍କୁ ସମର୍ଥନ ପୂର୍ବକ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ବନ୍ଦ ଡାକରା ଦେଇଥିଲେ କୃଷକ ସଂଗଠନ। ପଞ୍ଜାବ ସରକାର ଶ୍ରୀ ଡଲ୍ଲେୱାଲ୍‌ଙ୍କୁ ମନାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ସେ କୃଷକ ସଂଗଠନର ଦାବି ପୂରଣ ଜିଦ୍‌ରେ ନିଜ ଚିକିତ୍ସା ପାଇଁ ରାଜି ହେଉନାହାନ୍ତି।

ଫଳରେ ସାରା ରାଜ୍ୟରେ ରାସ୍ତାଘାଟ ବନ୍ଦ ହେବା ସହ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୧୫୦ରୁ ଅଧିକ ଟ୍ରେନ୍‌କୁ ବାତିଲ କରାଯାଇଥିବା ଜଣାପଡିଛି। ଏଥିରେ ପଞ୍ଜାବ ସମେତ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟର ଅନେକ ଲୋକ ମଧ୍ୟ ପ୍ରଭାବିତ ହୋଇଥିବା କୁହାଯାଉଛି। ୩୦ ଡିସେମ୍ବର(ସୋମବାର) ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ବନ୍ଦ ପାଳନ କରାଯାଇଛି। କୃଷକ ନେତା ସରୱନ ସିଂହ ପନ୍ଧେର କହିଛନ୍ତି ଯେ, ରାଜ୍ୟବାସୀଙ୍କ ପୂର୍ଣ୍ଣ ସମର୍ଥନ ଯୋଗୁ ବନ୍ଦ ପାଳନ ଶତପ୍ରତିଶତ ସଫଳ ହୋଇଛି। ପଞ୍ଜାବବାସୀ ନିଜ ହୃଦୟରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସଫଳ କରିବା ପାଇଁ ସମର୍ଥନ ଦେଇଛନ୍ତି। ତେବେ ବନ୍ଦ ସମୟରେ ହସ୍ପିଟାଲ ଓ ଅନ୍ୟ ଜରୁରୀକାଳିନ ସେବା ଉପରେ କୌଣସି ପ୍ରଭାବ ପଡ଼ିନଥିବା ଦୃଢ଼ତାର ସହ କହିଛନ୍ତି ଚାଷୀ ନେତା। ପଞ୍ଜାବ ଟ୍ରକ୍ ଡ୍ରାଇଭର ସଂଘ ଓ ଲୁଧିଆନା ଟ୍ରାନ୍ସପୋର୍ଟ ଡିଲର ସଂଘ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସେବା ବନ୍ଦ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking