27.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶ୧୪ ବର୍ଷୀୟା ନାବାଳିକା ଗର୍ଭବତୀ, ଆଣିଲା ସାଂଘାତିକ ଅଭିଯୋଗ

୧୪ ବର୍ଷୀୟା ନାବାଳିକା ଗର୍ଭବତୀ, ଆଣିଲା ସାଂଘାତିକ ଅଭିଯୋଗ

କାନପୁର: ଔରାୟାର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଜେଜେବାପା, ବାପା ଓ କକା ପ୍ରାୟ ବର୍ଷେ ଧରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଗୁରୁବାର ରାତିରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଲୋକ ମିଶ୍ର କହିଛନ୍ତି, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଅଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ତା’ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ନାବାଳିକା ଜଣକ ଗୁରୁବାର ତାଙ୍କ ମାଉସୀଙ୍କ ସହ ନିକଟସ୍ଥ ଥାନାରେ ପହଞ୍ଚି ଦାବି କରିଥିଲେ ଯେ ପ୍ରାୟ ଏକ ଦଶନ୍ଧି ପୂର୍ବେ ତାଙ୍କ ପିତାମାତାଙ୍କ ଭିତରେ ବିବାଦ ହୋଇଥିଲା, ଯାହା ପରେ ସେ ତାଙ୍କ ମା’ଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ। ପ୍ରାୟ ୪ ବର୍ଷ ତଳେ ତାଙ୍କ ବାପା ଓ କକା ତାଙ୍କୁ ଦିଲ୍ଲୀରୁ ନିଜ ଗାଁକୁ ଫେରାଇ ଆଣିଥିଲେ। ଗତବର୍ଷ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଗତ ଏକ ବର୍ଷ ହେବ ନାବାଳିକାଙ୍କ ବାପା, କକା ଓ ଜେଜେବାପା ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ତାଙ୍କ ଜେଜେବାପା ତାଙ୍କୁ କ୍ଷେତକୁ ନେଇ ଦୁଷ୍କର୍ମ କରୁଥିଲେ, ତାଙ୍କ କକା ଜୋରଜବରଦସ୍ତ ତାଙ୍କ କୋଠରିରେ ପଶି ଦୁଷ୍କର୍ମ କରୁଥିଲେ। ଆଉ ସେ ଦୁଷ୍କର୍ମକୁ ବିରୋଧ କଲେ ତାଙ୍କ ବାପା ତାଙ୍କୁ ବାନ୍ଧି ମାଡ଼ ମାରୁଥିଲେ।

ସେ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ହତ୍ୟା ଧମକ ବି ଦେଇଥିଲେ। ଦୁଇ ମାସ ତଳେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ସେ ତାଙ୍କ ମାଉସୀଙ୍କୁ ଏ ବିଷୟରେ ଜଣାଇଥିଲେ। ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ ଡିସେମ୍ବର ୨୨ ତାରିଖରେ ତାଙ୍କ ବାପା, କକା ଓ ଜେଜେବାପା ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ, ଯାହା ପରେ ସେ ତାଙ୍କ ମାଉସୀ ଘରକୁ ପଳାଇ ଯାଇଥିଲେ। ତା’ପରେ ସେ ତାଙ୍କ ମାଉସୀ ସହ ଥାନାକୁ ଯାଇ ଘଟଣା ବିଷୟରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking