18.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶତାଲିବାନ ସରକାରଙ୍କ ଘୋଷଣା: ମହିଳାମାନେ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବନ୍ଦ ହେବ ସବୁ ଝରକା

ତାଲିବାନ ସରକାରଙ୍କ ଘୋଷଣା: ମହିଳାମାନେ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବନ୍ଦ ହେବ ସବୁ ଝରକା

ନୂଆଦିଲ୍ଲୀ: ତାଲିବାନ ସର୍ବୋଚ୍ଚ ନେତାଙ୍କ ଆଶ୍ଚର୍ଯ୍ୟଜନକ ବୟାନ। କହିଲେ ମହିଳା ମାନେ ବସବାସ କରୁଥିବା ଘରେ ବନ୍ଦ ହେବ ଝରକା ନିର୍ମାଣ। ପୂର୍ବରୁ ତିଆରି ସରିଥିବା ସମସ୍ତ ଝରକାକୁ ମଧ୍ୟ ବନ୍ଦ କରିବାକୁ ଆଦେଶ ଜାରି କରାଯାଇଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ତେବେ ଆଫଗାନିସ୍ତାନରେ ଏନେଇ ଆଧିକାରିକ ସ୍ତରରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗତ ଶନିବାର ଏମିତି କିଛି ଆଶ୍ଚର୍ଯ୍ୟଜନକ ବୟାନ ଜାରି କରିଛନ୍ତି ତାଲିବାନ ସରକାରଙ୍କ ମୁଖପାତ୍ର। ସେ କହିଛନ୍ତି ଘରର ମହିଳା ମାନେ ବ୍ୟବହାର କରୁଥିବା ଅଞ୍ଚଳ ଯେମିତିକି ଘରର ଅଗଣା, ରୋଷେଇଘର ଆଦିରେ ଝରକା ନିର୍ମାଣ ବନ୍ଦ କରାଯିବ।

ପୂର୍ବରୁ ତିଆରି ହୋଇସାରିଥିବା ଘରେ ଥିବା ଥରକା ଗୁଡିକୁ ବନ୍ଦ କରିବା ପାଇଁ ମଧ୍ୟ ସେ କହିଛନ୍ତି। ସରକାରୀ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରିଥିବା ଆଦେଶ ଅନୁଯାୟୀ, “ରୋଷେଇ ଘର, ପ୍ରାଙ୍ଗଣ କିମ୍ବା କୂଅରୁ ପାଣି ସଂଗ୍ରହ କରୁଥିବା ମହିଳାଙ୍କୁ ଦେଖିବା ଇସ୍ଲାମରେ ବର୍ଜନିୟ”। ତେଣୁ ପୈରପାଳିକା କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗଗୁଡିକ ନିର୍ମାଣ ସ୍ଥାନଗୁଡିକ ଉପରେ ନଜର ରଖିବାକୁ ପଡ଼ିବ। ଯେମିତିକି ଘର ମଧ୍ୟକୁ ଦେଖିବା କାହାଦ୍ୱାରା ସମ୍ଭବପର ହେବନାହିଁ। ଯେଉଁ ଘର ଗୁଡିକ ପୂର୍ବରୁ ତିଆରି ସରିଛି ସେ ଘରର ମାଲିକ ଯଥାଶିଘ୍ର ଏଭଳି ସ୍ଥାନରେ ଥିବା ଝରକା ଗୁଡ଼ିକୁ ବନ୍ଦ କରିବାକୁ ଉଚିତ ପଦକ୍ଷେପ ନେବେ।

ନଚେତ୍ ଏହି ଘଟଣାରେ ସମୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ ଘୋଷଣା କରିଛନ୍ତି। ଅଗଷ୍ଟ ୨୦୨୧ରୁ ତାଲିବାନ ଆଫଗାନିସ୍ଥାନର ଶାସନ ଭାର ଗ୍ରହଣ କରିବା ପରେ ଦେଶର ମହିଳା ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରୁ ଅଲଗା ରଖିବାକୁ ଚେଷ୍ଟା କରୁଛି। ଏହା ସହ ତାଲିବାନ ପ୍ରଶାସନ ଦ୍ୱାରା ସମଗ୍ର ଦେଶରେ ଲିଙ୍ଗଗତ ଭେଦଭାବ ସୃଷ୍ଟି କରାଯାଉଛି। ମହିଳା ମାନଙ୍କ ପ୍ରଥମିକ ଶିକ୍ଷା ସମେତ ରୋଜଗାର ଓ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ତାଲିବାନ ପ୍ରଶାସନ ରୋକ ଲଗାଇଛି। ନିକଟରେ ଜାରି ହୋଇଥିବା ଏକ ଆଇନରେ ତାଲିବାନ ସରକାରଙ୍କ ମହିଳାମାନଙ୍କୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା କବିତା ପାଠ କରିବାକୁ ବାରଣ କରିଛି। ଇସ୍ଲାମର ନିୟମ ଅନୁଯାୟି ଘର ବାହାରେ ମହିଳାମାନଙ୍କ ସ୍ୱର ଏବଂ ଶରୀରକୁ ଘୋଡ଼େଇ ରଖିବାର ବହୁତ ଆବଶ୍ୟକତା ରହିଛି ବୋଲି ତାଲିବାନ ସରକାର ଏନେଇ ଘୋଷଣା କରିଥିଲେ। ଏଭିଳି ଘୋଷଣାପରେ ଆଫଗାନିସ୍ତାନର ସ୍ଥାନିୟ ରେଡ଼ିଓ ଓ ଟିଭି ଷ୍ଟେସନ ଗୁଡିକ ମହିଳାଙ୍କ ସ୍ୱରରେ ଖବର ପ୍ରସାରଣକୁ ବନ୍ଦ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking