16.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶପଞ୍ଜାବ :  ଆଜି ୧୫୦ରୁ ଅଧିକ ଟ୍ରେନ ବାତିଲ

ପଞ୍ଜାବ :  ଆଜି ୧୫୦ରୁ ଅଧିକ ଟ୍ରେନ ବାତିଲ

ନୂଆଦିଲ୍ଲୀ : ପଞ୍ଜାବରେ ଆଜି କୃଷକମାନେ  ପଞ୍ଜାବ ବାନ୍ଧ ବୋଲି କହିଛନ୍ତି । ଟ୍ରେନ, ବସ  ଯାତ୍ରୀବାହୀ ଯାନ ବନ୍ଦ ରହିବ । ରେଳ ଟ୍ରାକ ସହିତ ଯାତାୟତକୁ ରୋକିବା ପାଇଁ  ଚାଷୀମାନେ ଚେତାବନୀ ଦେଇଛନ୍ତି । ସକାଳ ୭ଟାରୁ ୪ଟା ପଯ୍ୟନ୍ତ  ରାସ୍ତା ଏବଂ  ରେଳ ଚଳାଚଳ ବନ୍ଦ ରହିବ । ଏହି କାରଣରୁ  ଉତ୍ତର ପ୍ରଦେଶ ଦେଇ ପଞ୍ଜାବକୁ ଯାଉଥିବା  ୧୫୦ଟି ଟ୍ରେନ  ବାତିଲ ହୋଇଛି । ୨୦୦ ରୁ ଅଧିକ ଟ୍ରେନ ପ୍ରଭାବିତ  ହେବ । ଆଜି ଟ୍ରାକ ଉପରକୁ ଚାଷୀମାନେ ଓହ୍ଲାଇଛନ୍ତି । ଏଭଳି ପରିସ୍ଥିତିରେ  ଦିଲ୍ଲୀ , ହରିୟାଣା, ୟୁପ ଏବଂ  ଏହାର ଆଖପାଖ ରାଜ୍ୟରୁ ପଞ୍ଜାବକୁ ଆସୁଥିବା ଲୋକଙ୍କୁ  ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ  ପଡିପାରେ । ନୂଆଦିଲ୍ଲୀ – ପଞ୍ଜାବ ଟ୍ରାକରେ ୧୮ଟି ଏକ୍ସପ୍ରେସ  ଟ୍ରେନକୁ ବାତିଲ କରାଯାଇଛି । ଏହି ଟ୍ରେନ ଗୁଡିକ ନୂଆଦିଲ୍ଲୀ ଏବଂ ପଞ୍ଜାବରୁ ଯିବ ନାହିଁ ।
ଜାଣନ୍ତୁ କେଉଁ ଟ୍ରେନ ଗୁଡିକ ବାତିଲ ରହିବ
ବାଥିଣ୍ଡା ଏକ୍ସପ୍ରେସ  ୧୪୫୦୮
ଅମ୍ରାପାଲି ଏକ୍ସପ୍ରେସ ୧୫୭୦୭- ୧୫୭୦୮
ଇଣ୍ଟରସିଟି ଏକ୍ସପ୍ରେସ ୧୨୪୬୦
ଅନ୍ଟାହାର ଏକ୍ସପ୍ରେସ ୧୪୨୧୭
କାଲ୍କା ଶତାବାଡି ୧୨୦୧୧- ୧୨୦୧୨
ପାଶିମ ଏକ୍ସପ୍ରେସ ୧୨୯୨୫
ଜନ ଶତାବାଡି ଏକ୍ସପ୍ରେସ ୧୨୯୨୫
ମାଲଫ୍ୱା ସୁପରଫାଷ୍ଟ  ଏକ୍ଲପ୍ରେସ  ୧୨୯୧୯-୧୨୯୨୦
ଦାଦର ଏକ୍ଲପ୍ରେସ  ୧୧୦୫୭ – ୧୧୦୫୮
ଶାନ- ଇ – ପଞ୍ଜାବ ଏକ୍ଲପ୍ରେସ ୧୨୪୯୭- ୧୨୪୯୮
ପଠାନକୋଟ ଏକ୍ସପ୍ରେସ ୨୨୪୨୯- ୨୨୪୩୦
ସାହାରନପୁର – ଉନା ହିମାଚଳ ଏକ୍ସପ୍ରେସ ୦୪୫୦୧
ରାମନଗର ଚଣ୍ଡୀଗଡ ଏକ୍ସପ୍ରେସ ୧୨୫୨୭ – ୧୨୫୨୮
ହରିଦ୍ୱାର – ଜନଶାବାଡି ଏକ୍ସପ୍ରେସ ୧୨୦୫୪
କଲକା – ଦିଲ୍ଲୀ ଏକ୍ସପ୍ରେସ ୧୪୩୩୨
ଇଷିକେଶ ଇଣ୍ଟରସିଟି ଏକ୍ସପ୍ରେସ  ୧୪୮୧୫
ହରିଦ୍ୱାର – ଶ୍ରୀ ଗଙ୍ଗନଗର ଏକ୍ସପ୍ରେସ ୧୪୧୨୫
ଏଭଳି ଅନ୍ୟ କେତୋଟି ଟ୍ରେନ ମଧ୍ୟ ବାତିଲ ରହିବ ।

ପଞ୍ଜାବରେ ଚାଶୀଙ୍କ ଦାବି କଣ ରହିଛି ଜାଣନ୍ତୁ …
ସର୍ୱନିମ୍ନ  ସହାୟତା ମୂଲ୍ୟର ଗ୍ୟାରେଣ୍ଟି , ସରକାର ସେମାନଙ୍କ ଋଣ ଛାଡ କରିବାକୁ ଦାବି କରିଛନ୍ତି । ବିଦ୍ୟୁତ ହାର ହ୍ରାସ , ଫସଲ ବୀମା ଯୋଜନା ମଜଭୁତ କରିବା ପାଇଁ ଯାହାକି ପ୍ରାକୃତିକ ବିପଯ୍ୟୟରେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କୃଷକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking