28.1 C
Bhubaneswar
Wednesday, May 6, 2026
Homeଓଡିଶାମନ୍ତ୍ରୀଙ୍କ  ଧାନ କ୍ଷୟକ୍ଷତି ସମୀକ୍ଷାକୁ କଟାକ୍ଷ କଲେ ବିରୋଧୀ ଦଳ ନେତ୍ରୀ

ମନ୍ତ୍ରୀଙ୍କ  ଧାନ କ୍ଷୟକ୍ଷତି ସମୀକ୍ଷାକୁ କଟାକ୍ଷ କଲେ ବିରୋଧୀ ଦଳ ନେତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ରେ ଦିନିଆ ବର୍ଷା ରେ ବିଲ ରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି l ଏହା କୁ ନେଇ ଯୋଗାଣ ମନ୍ତ୍ରୀ ଓ ବିଜେଡି ଦଳ ବିଂଝlର ପୁର ବିଧାୟିକା ମଧ୍ୟ ରେ ଦେଇ ଥିବା ମନ୍ତ୍ୟବ ଗଣ ମାଧ୍ୟମ କୁ ଖୋରାକ ଯୋଗାଇଛି l ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ାରୁ ଫେରିବା ପରେ ଯାଜପୁର ଗସ୍ତ କରିଥିଲେ। ଗସ୍ତ ସାରିବା ପରେ ସର୍କିଟ ହାଉସରେ କ୍ଷୟକ୍ଷତିର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ପାତ୍ର। ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ। ଉଭୟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ବୀକାର କଲେ ମନ୍ତ୍ରୀ। ମନ୍ତ୍ରୀ କହିଲେ ପ୍ରାୟ ଆସନ୍ତାକାଲି ସୁଦ୍ଧା ସର୍ଭେ ଶେଷ ହେବାକୁ ଥିବା ବେଳେ ଆସନ୍ତା ଜାନୁଆରୀ 30ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆକଳନ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଏଥିରୁ କେହି ବି ଜଣେ ଚାଷୀ ବାଦ ପଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ।ସେପଟେ ପ୍ରମିଳାଙ୍କ ଉକ୍ତିରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡି ଦିଆ ଯାଇନଥାଏ। ଧାନକ୍ରୟରେ ଏହା ଦିଆଯାଇଥାଏ। ବିଧାୟିକା ବୁଝିପାରୁ ନାହାନ୍ତି ଏମିତି ଦିଆ ଯାଇନାହିଁ ବୋଲି। ଏମିତି ୟାଡୁ ସାଡୁ କଥା କହିବାର କିଛି ମାନେ ନାହିଁ। ଅନ୍ୟପଟେ ବିଧାୟିକା ଶ୍ରୀମତୀ ମଲ୍ଲିକ ବିଞ୍ଝାରପୁର ଚିକଣା ପଂଚାୟତର ମୃତ ଚାଷୀ ରାମ ମହାନ୍ତିଙ୍କୁ 30ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking