28.1 C
Bhubaneswar
Saturday, September 12, 2026
Homeଓଡିଶାଶଙ୍ଖଚିଲା ହିଙ୍ଗୁଳା ପଡ଼ିଆ ଠାରେ ଐତିହାସିକ ପ୍ଲାଟିନମ୍ କପ ଉଦଘାଟନ

ଶଙ୍ଖଚିଲା ହିଙ୍ଗୁଳା ପଡ଼ିଆ ଠାରେ ଐତିହାସିକ ପ୍ଲାଟିନମ୍ କପ ଉଦଘାଟନ

ଯାଜପୁର: ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଯଥା “ପ୍ଲାଟିନମ୍ ଜୁବିଲି ସେଲିବ୍ରେସନ” ନିମନ୍ତେ ପଞ୍ଚସ୍ତରୀ ବର୍ଷର ପୁରାତନ ଛାତ୍ର ମାନଙ୍କୁ ନେଇ ଦୀର୍ଘ ୪ ବର୍ଷ ଧରି ଭାଇଚାରା ବନ୍ଧନକୁ ଅତୁଟ ରଖିବା ଉଦ୍ଦେଶ୍ୟରେ ଐତିହାସିକ ଭାବେ ଗୋଟିଏ ବିଦ୍ୟାଳୟ ୪ ପିଢୀ ର ପୁରାତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ୪୦ ଗୋଟି ବ୍ୟାଚ ମାଧ୍ୟମରେ ଦୁଇଦିନିଆ ଦିବାରାତ୍ରି ପ୍ଲାଟିନମ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ୨୮ ତାରିଖ ସକାଳ ୮ ଘଟିକା ସମୟରେ ଶଙ୍ଖଚିଲାର ଆରାଧ୍ୟା ଦେବୀ ମା ହିଙ୍ଗୁଳା ଙ୍କ ଠାରୁ ପୂଜାର୍ଚ୍ଚନା ସହିତ ଆଜ୍ଞା ମାଳ ସହ ଜ୍ୟୋତି ଆଣି ଶହ ଶହ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କର ଗୃପ୍ ସହିତ ମା ହିଙ୍ଗୁଳାଙ୍କ ମନ୍ଦିର ଠାରୁ ହିଙ୍ଗୁଳା ହାଇସ୍କୁଲ ପର୍ଯ୍ୟନ୍ତ ଏକ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା । ଏହି ସଦଭାବନା ଜ୍ୟୋତି ଯାତ୍ରା କୁ ପୁରାତନ ଛାତ୍ର ସଙ୍ଘ ଉପସଭାପତି ବିଷ୍ଣୁ ଚରଣ ସାହୁ ପତାକା ହଲେଇ ଉଦଘାଟନ କରିଥିଲେ । ପରେ ଏହି ଶୋଭାଯାତ୍ରାକୁ ଶଙ୍ଖଚିଲା ହିଙ୍ଗୁଳା ହାଇସ୍କୁଲ ଠାରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଅଭିଜିତ ବାରିକ ସମେତ ପରିଚାଳନା କମିଟି ଓ ସମସ୍ତ କର୍ମଚାରୀ ବୃନ୍ଦ ଜ୍ୟୋତିକୁ ସ୍ବାଗତ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ସଦଭାବନା ପୂର୍ଣ୍ଣ ଜ୍ୟୋତି ଯାତ୍ରା କୁ ପୁରାତନ ଛାତ୍ର ସଙ୍ଘର ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ଜେନା, ସଙ୍ଗଠନ ସମ୍ପାଦକ ସୌମ୍ୟବ୍ରତ ସାହୁ, ବରିଷ୍ଠ କାର୍ଯ୍ୟ କର୍ତ୍ତା ଆର୍ଯ୍ୟବିଭାଷ କୁମାର, ଆଦିତ୍ୟ କୁମାର ସାହୁ, ଦେବେନ୍ଦ୍ର କୁମାର ସାହୁ, ଅନନ୍ତ ଚରଣ ମଲ୍ଲିକ,ସସ୍ମିତେଶ ସାହୁ, ପରିକ୍ଷିତ ରାଉତ, ପରମେଶ୍ବର ମାଲିକ ଦିଲିପ୍ କୁମାର ସାହୁ ଙ୍କ ନେତୃତ୍ୱ ରେ ଜ୍ୟୋତି ଯାତ୍ରା ସଞ୍ଚାଳନ କରାଯାଇଥିଲା। ଏହାପରେ ପ୍ଲାଟିନମ୍ କପ୍ ପଡିଆ ମଧ୍ୟ କୁ ପୁରାତନ ଛାତ୍ର ସଙ୍ଘ ର ସମ୍ପାଦକ ବିନୋଦ ବିହାରୀ ସାହୁଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ରଘୁନାଥ ସାହୁ, ବୈକୁଣ୍ଠ ଚରଣ ଜେନା, ଦେବେନ୍ଦ୍ର କୁମାର ସାହୁ ସମସ୍ତ ଖେଳାଳି ମାନଙ୍କୁ ଫିତା କାଟି ସ୍ବାଗତ କରିଥିଲେ। ସମସ୍ତ ଖେଳାଳି ମାନେ ପ୍ରଥମେ ପ୍ଲାଟିନମ୍ ପଡିଆ କୁ ପ୍ରଣାମ କରି ପଡିଆ ପରିକ୍ରମା ସହ କାର୍ଯ୍ୟକାରୀ ସଭାପତି ଶ୍ରୀଧର ଦାସ ଓ ସଂଯୋଜକ ଭଗବାନ ମଲ୍ଲିକ ଙ୍କ ଦ୍ବାରା ଖେଳ ପତାକା ଉତ୍ତୋଳନ ଓ ଜନ୍ମେଜୟ ସାହୁ ଙ୍କ ଦ୍ବାରା ଶପଥପାଠ ନେଇ ଜିତେନ୍ଦ୍ର ଦାସ୍ ଓ ଆଲୋକ ଦାସ୍ ଙ୍କ ପରିଚାଳନାରେ ଅମ୍ପେୟାର ଛାୟା କାନ୍ତ ଦ୍ବିବେଦୀ, ବାବୁ ଦାସ୍, ରାଜେନ୍ଦ୍ର କୁମାର ଦାସ୍ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ୫ ଓଭର ବିଶିଷ୍ଟ ପ୍ରଥମ ଲିଗ୍ ମ୍ୟାଚ କୁ ୨୦୨୪ ବ୍ୟାଚ୍ ଓ ହିଙ୍ଗୁଳା ହାଇସ୍କୁଲ ଏକାଦଶ ମଧ୍ୟରେ ଖେଳ ଆରମ୍ଭ କରାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିମଳେନ୍ଦୁ ସାହୁ,ଦୀପକ କୁମାର ଗୁରୁ, ହିମାଂଶୁ ଶେଖର ସାହୁ (ଜୟନ୍ତ), ପ୍ରଶାନ୍ତ କୁମାର ନାୟକ, ସରୋଜ କୁମାର ସାହୁ,ନିତେଶ କୁମାର ଦାସ୍ , ଅକ୍ଷୟ କୁମାର ସାହୁ ପ୍ରମୁଖ ଅନ୍ୟମାନଙ୍କ ସହିତ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking