23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା

ବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା

ଇସ୍‌ଲାମ୍‌ବାଦ୍‌: ବଢିଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଆଶଙ୍କା । ପାକିସ୍ତାନ ଏୟାର ଷ୍ଟ୍ରାଇକର କଡ଼ା ଜବାବ ଦେବାକୁ ଡୁରାଣ୍ଡ ଲାଇନ ଆଡକୁ ମୁହାଁଇଛନ୍ତି ୧୫ହଜାର ତାଲିବାନୀ। ଘମାଘୋଟ ଲଢେଇରେ ଏଯାଏ ୨୦ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଆଫଗାନିସ୍ତାରରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ସହ ସୁସଂପର୍କ ରହିବ ବୋଲି ଆଶା ରହିଥିଲା। କିନ୍ତୁ ସୀମା ବିବାଦ ଓ ତେହରିକ ଏ ତାଲିବାନ ପାକିସ୍ତାନର ବାରମ୍ବାର ଆକ୍ରଣମ ଏବେ ପାକିସ୍ତାନ ପାଇଁ ଟେନସନ ପାଲଟିଛି।

ମଧ୍ୟପ୍ରାଚ୍ୟ ପରେ ଅଶାନ୍ତ ଦକ୍ଷିଣ ଏସିଆ। ପାକିସ୍ତାନ ଓ ତାଲିବାନ ମଧ୍ୟରେ ବଢିଲା ଯୁଦ୍ଧ ଆଶଙ୍କା। ପାକିସ୍ତାନ ସେନାର ଏୟାର ଷ୍ଟ୍ରାଇକରେ ତେହରିକ ଏ ତାଲିବାନ ପାକିସ୍ତାନର ୪୬ ଯବାନଙ୍କ ମୃତ୍ୟୁ ପରେ ପ୍ରତିଆକ୍ରମଣ କରିବାକୁ ଟିଟିପିର ବଡ଼ ତୟାରୀ। ତାଲିବାନର ୧୫ ହଜାର ଯୋଦ୍ଧା ପାକିସ୍ତାନ- ଆଫଗାନିସ୍ତାନ ସୀମାର ଡୁରାଣ୍ଡ ଲାଇନ ଆଡକୁ ମୁହାଁଇଛନ୍ତି। କାବୁଲ, କାନ୍ଧାହାର ଓ ହୈରାତ ଅଞ୍ଚଳରୁ ତାଲିବାନୀ ଯୋଦ୍ଧା ପାକିସ୍ତାନର ଖାୟବର ପଖତୁନଖ୍ବା ଆଡ଼କୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବାହାରିଛନ୍ତି। ପାକିସ୍ତାନ ସେନା କାର୍ଯ୍ୟାନୁଷ୍ଠାନର ପ୍ରଚଣ୍ଡ ଜବାବ ଦିଆଯିବ ବୋଲି କହିଛି ତାଲିବାନ। ଟିଟିପିର ପ୍ରଚଣ୍ଡ ଆକ୍ରମଣରେ ୨୦ ପାକିସ୍ତାନୀଙ୍କ ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେପଟେ ପାକିସ୍ତାନ ସେନା ମଧ୍ୟ ମୁକାବିଲା ପାଇଁ ଆଫଗାନ ସୀମାରେ ପହଞ୍ଚିଛି।

୧୯୯୦ ଦଶକରେ ପାକିସ୍ତାନ ପ୍ରୋତ୍ସାହନରେ ଗଠନ ହୋଇଥିଲା ତାଲିବାନ ସଂଗଠନ। ଆଫଗାନିସ୍ତାନରୁ ରୁଷ ସେନା ପ୍ରତ୍ୟାହାର ହେବା ପରେ ବଢିଥିଲା ତାଲିବାନର ବଢିଥିଲା ଦବଦବା। ପାକିସ୍ତାନ ତାଲିବାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଆର୍ଥିକ ସହାୟତା ଯୋଗାଇ ଆସିଥିଲା। ପରେ ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ ହୋଇଥିଲା ଓ ସେଠାରେ ନିର୍ବାଚିତ ସରକାର ଗଠନ ହୋଇଥିଲା। କିନ୍ତୁ ୨୦୨୧ ଅଗଷ୍ଟରେ ଆମେରିକା ସେନା ପ୍ରତ୍ୟାହାର ହେବା ପରେ ଆଫଗାନିସ୍ତାନକୁ ଦଖଲ କରିଥିଲା ତାଲିବାନ । ଆଶା କରାଯାଉଥିଲା, ପାକିସ୍ତାନ ଓ ତାଲିବାନ ମଧ୍ୟରେ ପୂର୍ବ ଭଳି ସଂପର୍କ ରହିବ। କିନ୍ତୁ ଦୁଇଟି ମୁଖ୍ୟ କାରଣ ପାଇଁ ବିବାଦ ବଢିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking