33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ତାଜାକିସ୍ତାନ: ତାଜାକିସ୍ତାନରେ ଭୂମିକମ୍ପ । ଆଜି ସକାଳେ ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ )ର ସୂଚନା ମୁତାବକ, ଏହି ଭୂମିକମ୍ପ ଭାରତୀୟ ସମୟ (ଏଇଏସଟି) ଅନୁସାରେ ସକାଳ ୫ଟା ୪୪ ମିନିଟରେ ଆସିଥିଲା ।ଅକ୍ଷାଂଶ ୩୮.୨୦ ଏନ୍ ଏବଂ ଦ୍ରାଘିମା ୭୨.୮୯ ଇରେ ୧୩୦ କିଲୋମିଟର ଗଭୀରରେ ଭୂମିକମ୍ପ ରେକର୍ଡ କରାଯାଇଛି । ଏହିପରି ଡିସେମ୍ବର ୨୧ରେ ମଧ୍ୟ ନେପାଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ । ଭାରତୀୟ ସମୟାନୁସାରେ ସକାଳ ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଥିଲା । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । କିନ୍ତୁ ଏଥିରେ କୌଣସି ଧନ ଜୀବନ ହାନି ହୋଇ ନ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking