29.1 C
Bhubaneswar
Monday, September 14, 2026
Homeଓଡିଶାଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଅଲାରିଗଡ଼ ନିଷ୍ଟିପୁର ରାସ୍ତା ନିକଟ ଜଙ୍ଗଲର ଏକ ଗଛରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ମୃତକ ଦୁଇଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ରହିଛନ୍ତି। ସ୍ଥାନୀୟ ଲୋକେ ଗଛରେ ଝୁଲନ୍ତା ମୃତଦେହ ଦେଖିବା ପରେ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରିଛି। ମୃତକ ଦ୍ବୟ କିଛିଦିନ ତଳେ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking