ନୂଆଦିଲ୍ଲୀ : ମୁସଲମାନ ମହିଳାମାନେ ଇସଲାମରେ ବିକ୍ରି ହୋଇଥିବା ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ କିଛି ମହିଳା ଶିକୁଳିରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛିା ଏବଂ ଜଣେ ପୁରୁଷ ସେମାନଙ୍କର ବୁର୍ଖା ଉଠାଇ ସେମାନଙ୍କ ମୁହଁକୁ ଚାହୁଁଛନ୍ତି । ଉପଭୋକ୍ତାମାନେ ଏହି ଭିଡିଓ ଇସଲାମରେ ମହିଳା ବିକ୍ରୟ ଏକ ସାଧାରଣ କଥା ବୋଲି ଦାବି କରିଥିଲେ । ସୋସିଆଲ ମିଡିଆରେ ମୁସଲମାନ ମହିଳା ବିକ୍ରୟ ବିଷୟରେ ଦାବି ମିଥ୍ୟା ପ୍ରମାଣିତ ହୋଇଛି । ବାସ୍ତବରେ ଭାଇରାଲ ଭିଡିଓରେ ଯାହା ଦେଖାଯାଉଛି ତାହା କେବଳ ଏକ ବର୍ଷ ପୂର୍ୱରୁ ସୁଟିଂ କରାଯାଇଥିଲା ।