29.1 C
Bhubaneswar
Monday, April 27, 2026
Homeଓଡିଶାପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର

ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର

ପାରାଦୀପ : ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ। ଏମଭି ଫାଷ୍ଟ ମାଜୁରୋ ଜାହାଜରୁ ପାରାଦୀପ ସାମୁଦ୍ରିକ ଥାନା ପୁଲିସ ପାରା ଦୁଇଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରିଛି। ଦୁଇ ପାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଅବଜର୍ଭେସନରେ ରଖାଯାଇଛି ବୋଲି କୁଜଙ୍ଗ ରେଞ୍ଜ ଅଧିକାରୀ କହିଛନ୍ତି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଫରେନ୍ସିକ ପରୀକ୍ଷା ପାଇଁ ପଠାଯିବ। ତେବେ ପାରା ଉଦ୍ଧାର ହୋଇଥିବା ଜାହାଜଟି ଚିତାଗଙ୍ଗରୁ ଆସିଛି। ଏହି ଜାହାଜ ଷ୍ଟିଲ ସ୍ଲାବ ନେଇ ବ୍ରିଷ୍ଟଲ ବନ୍ଦରକୁ ଯିବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking