25.1 C
Bhubaneswar
Wednesday, March 25, 2026
Homeଓଡିଶାସରକାରୀ କ୍ୱାର୍ଟର୍ସରୁ   ଝୁଲନ୍ତା ମୃତଦେହ ଉଦ୍ଧାର 

ସରକାରୀ କ୍ୱାର୍ଟର୍ସରୁ   ଝୁଲନ୍ତା ମୃତଦେହ ଉଦ୍ଧାର 

ଗଜପତି : ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ  ଝୁଲନ୍ତା ମୃତଦେହ ଉଦ୍ଧାର  କରାଯାଇଛି ।  ଏପରି ଘଟଣା ଘଟିଛି  ଗଜପତି ଜିଲ୍ଲାରେ । ମୃତ କର୍ମଚାରୀ ଜଣଙ୍କ ହେଲେ ସେରଙ୍ଗ ଥାନା ଗୁମା ଗାଁର ଗଣେଶ ବେହେରା । ଗତକାଲି ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ। ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ। ହେଲେ ଗଣେଶ କବାଟ ଖୋଲି ନଥିଲେ। ଏନେଇ ସହଯୋଗୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଗଣେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ଗଣେଶ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାହା ଜଣା ପଡ଼ି ନାହିଁ। ଯଦି ଗଣେଶ ଆତ୍ମହତ୍ୟା କରିଛନ୍ତି, କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking