ନୂଆଦିଲ୍ଲୀ : ଆରଆରବି ଗ୍ରୁପ ଡି ନିଯୁକ୍ତି ୨୦୨୫ର ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୁପ ଡିର ବିଭିନ୍ନ ପଦବୀ ପାଇଁ ୩୨ ହଜାର ୪୩୮ଟି ସିଟ ଖାଲି ଅଛି । ଆବେଦନ ତାରିଖ ଜାନୁଆରୀ ୨୩, ୨୦୨୫ ରେ ଆରମ୍ଭ ା ଏହାର ଶେଷ ତାରିଖ ହେଉଛି ଫେବୃଆରୀ ୨୨, ୨୦୨୫ । ଆବେଦନ କରିବା ପୂର୍ବରୁ ପରୀକ୍ଷାର୍ଥୀମାନେ ଯୋଗ୍ୟତା ମାନ ପୂରଣ କରିବେ । ପରୀକ୍ଷାର୍ଥୀମାନେ ମ୍ୟାଟ୍ରିକ ପାସ କରିଥିବେ । କିମ୍ବା ଏନସିଟିଭିରୁ ଏକ ନାସନାଲ ଆପ୍ରେଣ୍ଟସିପ ସାର୍ଟିଫିକେଟ ଥିବ । ବୟସ ସୀମା ୧୮ରୁ ୩୬ ବର୍ଷ ହୋଇଥିବ ।
ବିଭାଗ ପଦବୀ ଖାଲିସ୍ଥାନ
ଟ୍ରାଫିକ ପୋଷ୍ଟମ୍ୟାନ- ବି ୫୦୫୮
ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ( ଟ୍ରାକ ମେସିନ ) ୭୯୯
ଆସିଷ୍ଟାଣ୍ଟ ବ୍ରିଜ ୩୦୧
ଟ୍ରାକ ମେଇନଟେନର ଗ୍ରେଡ ୪ ୧୩୧୮୭
ଆସିସାଣ୍ଟ ପି- ୱେ ୨୪୭
ମେକାନିକାଲ ଆସିସାଣ୍ଟ ସି ଏଣ୍ଡ ଡବ୍ଲ୍ୟୁ ୨୫୮୭
ଆସିଷ୍ଟାଣ୍ଟ ଲୋକୋ ସେଡ ଡିଜେଲ ୪୨୦
ଆସିଷ୍ଟାଣ୍ଟ ୱାର୍କସପ ମେକାନିକାଲ ୩୦୭୭
ଏସ ଏଣ୍ଡ ଟି ଆସିଷ୍ଟାଣ୍ଟ ଏସ ଏଣ୍ଡ ଟି ୨୦୧୨
ଇଲେକ୍ଟ୍ରିକାଲ ଆସିଷ୍ଟାଣ୍ଟ ଟିଆରଡି ୧୩୮୧
ଆସିଷ୍ଟାଣ୍ଟ ଲୋକୋ ସେଡ (ଇଲେକ୍ଟ୍ରିକାଲ) ୯୫୦
ଆସିଷ୍ଟାଣ୍ଟ ଅପରେସନସ (ଇଲେକ୍ଟ୍ରିକାଲ) ୭୪୪
ଆସିଷ୍ଟାଣ୍ଟ ଟିଏଲ ଏଣ୍ଡ ଏସି ୧୦୪୧
ଆସିଷ୍ଟାଣ୍ଟ ଟିଏଲ ଏଣ୍ଡ ଏସି ( ୱାର୍କସପ ) ୬୨୪
ମୋଟ ସିଟ ୩୨, ୪୩୮
ଆସନ୍ତୁ ଜାଣିବା ଏହାର ଫି ବିଷୟରେ ।
ଜେନେରାଲ / ଓବିସି ପାଇଁ ୫୦୦ ଟଙ୍କା ( ସିବିଟି ଫର୍ମାଟ ପାଇଁ ପରୀକ୍ଷାର୍ଥୀଙ୍କୁ ୪୦୦ ଟଙ୍କା ଫେରସ୍ତ କରାଯିବ )
ଏସସି / ଏସଟି / ମହିଳା /ଇବିସି / ଟ୍ରାନ୍ସଜେଣ୍ଡର ପାଇଁ ୨୫୦ ( ସିବିଟି ପାଇଁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ )
ଜେନେରାଲ , ଓବିସି ,ଇଡବ୍ଲ୍ୟୁଏସ – ୫୦୦
ଏସସି ,ଏସଟି , ପିଏଚ – ୨୫୦
ପ୍ରତ୍ୟକ ବର୍ଗର ମହିଳା -୨୫୦
ଆସନ୍ତୁ ଜାଣିବା ପେମେଣ୍ଟ କିପରି କରିବେ
ଡେବିଟ କାର୍ଡ
କ୍ରେଡିଟ କାର୍ଡ
ନେଟ ବ୍ୟାଙ୍କିଂ
ୟୁପିଆଇ
ନଚେତ କ୍ୟାସ ମଧ୍ୟ ଦେଇପାରିବେ ।
ଆସନ୍ତୁ ଜାଣିବା ଆରଆରବି ଗ୍ରୁପ -ଡି ୨୦୨୫ର ପରୀକ୍ଷା ପ୍ୟାଟେନ ବିଷୟରେ
ପରୀକ୍ଷାଟି କମ୍ପ୍ୟୁଟର ବେସଡ ଟେସ୍ଟ ହେବ । ତାପରେ ଫିଜିକାଲ ଟେଷ୍ଟ , ଡକ୍ୟୁମେଣ୍ଟ ଯାଞ୍ଚ ପରେ ମେଡିକାଲ ଟେଷ୍ଟ କରାଯିବ ।
ଜେନେରାଲ ସାଇନ୍ସରୁ ୨୫ ମାର୍କ , ମ୍ୟାଥ ମେଟିକ୍ସରୁ ୨୫ ମାର୍କ , ଜେନେରାଲ ଇଣ୍ଟିଲିଜେନ୍ସ ଏବଂ ରିଜୋନିଂରୁ ୩୦ ମାର୍କ ଆସିବ । ଜେନେରାଲ ଆଫ୍ୱାରନେସରୁ ୨୦ଟି ପ୍ରଶ୍ନ ଆସିବ । ଭୁଲ ଉତ୍ତର ପାଇଁ ୧/୩ ମାର୍କ କଟିବ । ସଠିକ ଉତ୍ତର ପାଇଁ ୧ ମାର୍କ ଦିଆଯିବ । ଆଡମିଟ କାର୍ଡ ପରୀକ୍ଷା ପୂର୍ବରୁ ଦିଆଯିବ ।
କିଭଳି ଆବେଦନ କରିବେ ଫର୍ମଟି ଜାଣନ୍ତୁ
ଜାନୁଆରୀ ୨୩ରୁ ଫେବୃଆରୀ ୨୨ , ୨୦୨୫ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ପରୀକ୍ଷାର୍ଥୀମାନେ ଫଟୋ, ନିଜର ସ୍ୱାକ୍ଷର ଏବଂ ଶିକ୍ଷାଗତ ପ୍ରମାଣପତ୍ର , ଜାତି ପ୍ରମାଣ ପତ୍ର ଏବଂ ଆଇଡି ପ୍ରୁଭ ଦେଇ ଆବେଦନ କରିପାରିବେ ।