ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ । ଆର୍ଟିଓ ଜରିଆରେ ଏହି ମାମଲାର ଖୁଲାସା ହୋଇଛି । ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍ କରାଯାଇଛି । ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି । ତେବେ ଏହାର ଲାଭ ଉଠାଇବା ପାଇଁ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ । ଏଥିରେ ତାଙ୍କ ସ୍ୱାମୀଙ୍କ ନାମ ଜନ୍ ସିନା ରଖିଥିଲେ । ଅଭିଯୁକ୍ତ ଜଣକ ଜାଲିଆତି କରି ଜଣେ ମହିଳାଙ୍କ ଆଧାର କାର୍ଡ ନେଇ ଯାଇଥିଲେ ଏବଂ ଏହି ଆକାଉଣ୍ଟକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡିଥିଲେ । ଏହିପରି ଅଭିଯୁକ୍ତ ପ୍ରତି ମାସରେ ୧୦୦୦ ଟଙ୍କା ପାଇବା ଆରମ୍ଭ କରିଥିଲେ । ଛତିଶଗଡରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ଅବହେଳା ଯୋଗୁଁ ୧୦ ଧରି ସେ ଏହାର ଲାଭ ଉଠାଇଥିଲେ । ପରେ ଜଣେ ଆର୍ଟିଓ କର୍ମଚାରୀ ଏହାର ଖୁଲାସା କରିଛନ୍ତି । ଏବେ ପୋଲିସ ତାଙ୍କ ଆକାଉଣ୍ଟକୁ ସିଜ୍ କରିଛି। ପୋଲିସ ଅଭିଯୁକ୍ତ ବିରେନ୍ଦ୍ର ଯୋଶୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।