17.1 C
Bhubaneswar
Thursday, December 25, 2025
Homeଓଡିଶାକ୍ରିଷ୍ଣା ଇଣ୍ଟରନାସନାଲ ସ୍କୁଲରେ କର୍କଟ ସଚେତନତା କାର୍ଯ୍ୟକ୍ରମ

କ୍ରିଷ୍ଣା ଇଣ୍ଟରନାସନାଲ ସ୍କୁଲରେ କର୍କଟ ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ଜିଲ୍ଲାର କ୍ରିଷ୍ଣା ଚାରିଟେବଲ ପ୍ରୋଗ୍ରେସିବ ଟ୍ରଷ୍ଟ ଆନୁକୂଲ୍ୟରେ କର୍କଟ ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଟ୍ରଷ୍ଟର ଅଧ୍ୟକ୍ଷ ଡ଼କ୍ଟର କୁଶଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବ୍ୟାସନଗରସ୍ଥିତ ଷ୍ଟାଡିଅମ ରୋଡରେ ଅବସ୍ଥିତ କ୍ରିଷ୍ଣା ଇଣ୍ଟରନାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭୁବନେଶ୍ୱର ଏମ୍ସର କର୍କଟ ବିଭାଗର ବରଷ୍ଠ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ବାରିକ ଓ ମୁଖ୍ୟ ବକ୍ତା ବ୍ୟାସନଗରର କ୍ଷ୍ୟାତନାମା ଚିକିତ୍ସକ ଡାକ୍ତର ହେମନ୍ତ କିଶୋର ସାହୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ବିକାଶ ଦାସଙ୍କ ଗ୍ରୁପ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଡାକ୍ତର ବାରିକ କହିଥିଲେ ଯେ ଭାରତରେ ପ୍ରତି ବର୍ଷ ଦଶ ଲକ୍ଷ ଲୋକ କର୍କଟ ରୋଗଦ୍ୱାରା ଆକ୍ରାନ୍ତ ହେଉଛନ୍ତି l ତେଣୁ ଏ ସମ୍ବନ୍ଧରେ ସଚେତନତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି l ଏହାର ନିରାକରଣ ଉପରେ ଗବେଷଣା ବି ଅତ୍ୟାବଶ୍ୟକ ହୋଇପଡିଛି l ଏହି ଦୁରାରୋଗ୍ୟର ଲକ୍ଷଣ, ଉତ୍ପତି, ବୃଦ୍ଧିର କାରଣ ଓ ନିରାକରଣ ତଥା ପ୍ରତିରୋଧକ ପଦକ୍ଷେପ ଉପରେ ବକ୍ତ୍ୟବ୍ୟ ରଖିଥିଲେ l ଡାକ୍ତର ସାହୁ ପଞ୍ଚତତ୍ତ୍ୱ, ମଣିଷର ଶୃଙ୍ଖଳା ଓ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ l ଉପସ୍ଥିତ ଯୋଗଦାନକାରି ସଦସ୍ୟ ଓ ସଦସ୍ୟା ମାନଙ୍କର କର୍କଟ ରୋଗ ଉପରେ ପ୍ରଶ୍ନର ସମାଧାନ କରିଥିଲେ l ଏହି ଆଲୋଚନା ଚକ୍ରରେ ପ୍ରାକ୍ତନ ଅଧ୍ୟକ୍ଷ ସୌରଭ ମୟ ଦାସ, ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀ, ସଦାଶିବ ଦାଶ, ସୁକାନ୍ତ ରାଉତ,ସନାତନ ଦାସ,ମାଧବାନନ୍ଦ ବଳ,ଡ଼କ୍ଟର ଅକ୍ଷୟ ପଣ୍ଡା, ମଧୁସୂଦନ ମହାପାତ୍ର,ସୁଶାନ୍ତ ରାଉତରାୟ,ମଧୁ ସୁଦନ ଦାସ,ଅନାଦି ଚରଣ ଓଝା, ପ୍ରମୋଦିନୀ ତରେଇ, ଜଗବନ୍ଧୁ ସାହୁ,ଅଶ୍ୱିନୀ କୁମାର ଦାସ, ଅଜୟ କୁମାର ପୃଷ୍ଟି, କୁଳମଣି ରାଉତ, ବିଷ୍ଣୁ ବାରୁଡି ଓ ନିରାକାର ନାୟକ ପ୍ରଭୁତି ଆଲୋଚନାରେ ଭାଗନେଇଥିଲେ l ସ୍କୁଲର ଶିକ୍ଷୟତ୍ରୀ, ପୁଷ୍ପିତା, ସ୍ଵାଗତିକା, କଳ୍ପନା ଓ ସୁଶାନ୍ତ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଡ଼କ୍ଟର ପୁନପୁନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking