17.1 C
Bhubaneswar
Tuesday, December 9, 2025
Homeଓଡିଶାଆସନ୍ତାକାଲିଠୁ ବର୍ଷା !

ଆସନ୍ତାକାଲିଠୁ ବର୍ଷା !

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘନ କୁହୁଡିର ସମ୍ଭାବନା ରହିଛି । ଫଳରେ ଡିସେମ୍ବର ୨୪ରେ ୨୫ ରେ ରାଜ୍ୟରେ ଟି ରାଜ୍ୟରେ  ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ , ଖୋର୍ଦ୍ଦ, ଗଞ୍ଜାମ,  ଗଜପତି , ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ , ଯାଜପୁର , କଟକ, ଢେଙ୍କାନାଳ, ନୟାଗଡ , କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ୨୫ ତାରିଖରେ ୧୧ ଜିଲ୍ଲାରେ  ବର୍ଷା ହେବାର ପୂର୍ୱାନୁମାନ କରାଯାଇଛି । ୫ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ  ସ୍କିୟ ରହିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତାକାଲି ପଶ୍ଚିମ ଦକ୍ଷିଣ – ପଶିମ ମୁହାଁ ହେବ । ଦକ୍ଷିଣ ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା ଉପରେ ନିମ୍ନଚାପ ରେଖା ସୃଷ୍ଟି ହୋଇପାରେ । ଦକ୍ଷିଣ ପୂର୍ୱ ଦିଗରୁ ଜଳୀୟ ବାଷ୍ପ ପୂର୍ଣ ସାମୁଦ୍ରିକ ବାୟୁ ରାଜ୍ୟକୁ ପ୍ରବେଶ ଯୋଗୁଁ  ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ  ଉପକୂଳରେ ମେଘୁଆ ପାଗ ସହିତ ବର୍ଷାର ସମ୍ଭାବନା ରହିଛି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking