27.1 C
Bhubaneswar
Sunday, March 29, 2026
Homeଓଡିଶାପାରା କ୍ରୀଡାବିତଙ୍କ ଚୟନ ଶିବିର ଅନୁଷ୍ଠିତ 

ପାରା କ୍ରୀଡାବିତଙ୍କ ଚୟନ ଶିବିର ଅନୁଷ୍ଠିତ 

ଯାଜପୁର: ଯାଜପୁର ବିଜୁ ପଟ୍ଟନାୟକ ସ୍ପୋଟସ କମ୍ପ୍ଲେକ୍ସରେ ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କ ବିଭିନ୍ନ ଖେଳର ବିକାଶ ନିମିତ୍ତ ଯାଜପୁର ପାରା ସ୍ପୋଟସ ଆସୋସିଏସନ ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଏକଦିନିଆ ପ୍ରତିଯୋଗିତା ମୂଳକ ଚୟନ ଶିବିର ଆୟୋଜିତ ହୋଇଯାଇଛି। ଆସୋସିଏସନ ସଭାପତି ମଣ୍ଟୁ ଦାସ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ପାରା ବ୍ୟାଟମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଭାବେ ଆନ୍ତର୍ଜାତିକ ପାରା କ୍ରୀଡାବିତ ପ୍ରଫୁଲ ଖଣ୍ଡତରାୟ, ଜାତୀୟ ପାରା ଖେଳାଳୀ ମଧୁମଞ୍ଜରୀ ଧଳ, ଆନ୍ତର୍ଜାତିକ ପାରା ଖେଳାଳୀ ପ୍ରଭାକର ବେହେରା ଯୋଗଦେଇ ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସୋସିଏସନ ସମ୍ପାଦକ ତଥା ଆନ୍ତର୍ଜାତିକ ପାରା ଖେଳାଳି ଦେବାମୃତ ସାହୁ ପରିଚାଳନା କରିଥିବା ବେଳେ ଚୟନ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ପଚାଶରୁ ଉର୍ଦ୍ଧ୍ୟ ଦିବ୍ୟାଙ୍ଗ କ୍ରୀଡାବିତ ଯୋଗଦାନ କରି ବିଭିନ୍ନ ଖେଳରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟସ୍ତର ପାରା ଖେଳାଳୀ ସତ୍ୟରଞ୍ଜନ ଜେନା, ଜ୍ଞାନରଞ୍ଜନ ସାହୁ, ଶ୍ରୀଧର ଦାସ, ଶିଶୁ କ୍ରିକେଟର ନାସିରୁଦ୍ଦିନ ଖାନ, ସତ୍ୟବ୍ରତ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking