ଭୁବନେଶ୍ୱର: ଜେଲ୍ ବିଭାଗ ଆରମ୍ଭ କରିଛି ନୂଆ ଅଭିଯାନ ମୁକ୍ତି । ଏହି ଅଭିଯାନରେ ୬୦ ଦିନରେ ମୁକୁଳିବେ ୬୦ ଜଣ କଏଦୀ । ଏସଂପର୍କରେ ସୂଚନା ଦେଇଛନ୍ତି ଜେଲ୍ ଏଡିଜି ଅମିତାଭ ଠାକୁର । ଅଭିଯାନ ମୁକ୍ତିରେ କଏଦୀଙ୍କ ମୁକ୍ତିପାଇଁ କିଛି ନିୟମାବଳୀ ରହିଛି । ଯେଉଁ କଏଦୀ ମାନେ ସମସ୍ତ ନିୟମକୁ ମାନିଥିବେ ସେମାନେ ଜେଲ୍ରୁ ମୁକ୍ତି ପାଇବେ । ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଓ ଯେଉଁମାନଙ୍କର ଶୁଣାଣି ଜାରି ରହିଛି ସେମାନେ ରହିପାରିବେ ।ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ୩ଟି ପର୍ଯ୍ୟାୟ ରହିଛି । ମୁକୁଳିବାକୁ ଥିବା କଏଦୀ ଅତିକମରେ ଅତିକମ୍ରେ ୧୪ ବର୍ଷ, ୨୦ ବର୍ଷ ଏବଂ ୨୫ ବର୍ଷ ସଜା କାଟିଥିବେ ।ସେହିପରି ଯେଉଁମାନଙ୍କର ଶୁଣାଣି ଜାରି ରହିଛି ସେମାନଙ୍କ ପାଇଁ ମଧ୍ୟ ସମାନ ଭାବରେ ନିୟମ ରହିଛି । ଏଥି ସହ ସପୋର୍ଟ ଟୁ ପୋର ପ୍ରିଜନ ଅର୍ଥାତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା କଏଦୀଙ୍କ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।