ଯାଜପୁର: ଯାଜପୁର ଜିଲ୍ଲାରେ ଥିବା ୫୩ ନଂ ଜାତୀୟ ରାଜପଥର ୩୯.୪ କି.ମି. ଦୀର୍ଘ ଡୁବୁରୀ ଠାରୁ ଚଣ୍ଡିଖୋଲ ରାସ୍ତାକୁ ୪ ଥାକିଆ ବିଶିଷ୍ଟ କରିବା ସହିତ ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ନିର୍ମାଣ ଏବଂ ୧୫ ଗୋଟି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଛି । ଏହା ଶିଘ୍ର ସମ୍ପୃଣନ କାରା ନ ଗଲେ ସୁକିନ୍ଦା ଧର୍ମ ଶଳା ଅଧିବାସୀ ମାନେ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ପୁର୍ବତନ ଆର୍ଥ ମନ୍ତ୍ରୀ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ବିଭନ୍ନ ଗଣ ମାଧ୍ୟମକୁ ସୁଚନା ଦେଇ ଛନ୍ତି l ସଂସଦ କେନ୍ଦ୍ର ମନ୍ତ୍ରୀ ଙ୍କ ବିଭ୍ରାନ୍ତି କର ବୟାନ କୁ ଶ୍ରୀ ଘଡେଇ ବିସ୍ମୟ ପ୍ରକାଶ କରି ଛନ୍ତି ଏହି ଜାତିୟ ରlଜ ପଥ ର ସମ୍ପ୍ରୁଣ ନ ହେବା ପାଇଁ ଡବଲ ଇଞ୍ଜିନ ସରକାର ଙ୍କୁ ସମା ଲୋଚନ କରି ଛନ୍ତି l
ଏହି ରାସ୍ତା ଯଥା ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଘଡେଇ କେନ୍ଦ୍ର ଭୂପୃଷ୍ଠ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ ଏବଂ ବହୁବାର ଆନ୍ଦୋଳନ କରିବା ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ହୋଇଛି । ଫଳରେ ସାଧାରଣ ଜନତା, ଗାଡି ମାଲିକ, ଛାତ୍ରଛାତ୍ରୀ, କୃଷକ, ଶ୍ରମିକ ସମସ୍ତେ ଦୈନନ୍ଦିନ ଯିବାଆସିବା କରିବାରେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଦୈନନ୍ଦିନ ଏହି ରାସ୍ତାରେ ଦୁର୍ଘଟଣା ମାନ ଘଟି ଅକାଳରେ ଅନେକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ସଂସଦରେ ସାଂସଦ ଡଃ. ଋବିନାରାୟଣ ବେହେରା, ଦେବାଶିଷ ସାମନ୍ତରାୟ ଏବଂ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ରାସ୍ତାର ୮୨ ପ୍ରତିଶତ କାର୍ଯ୍ୟ ସରିଥିବାବେଳେ ଆଗାମୀ ଫେବୃୟାରୀ ମାସ ଶେଷ ସୁଦ୍ଧା ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ବ୍ରାହ୍ମଣୀ ସେତୁ କାର୍ଯ୍ୟ ୧୬ ପ୍ରତିଶତ ସରିଥିବାବେଳେ ଆଗାମୀ ୨୦୨୫ ଜୁନ୍ ମାସ ଶେଷ ସୁଦ୍ଧା ଏହାର କାର୍ଯ୍ୟ ସାରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ମାତ୍ର ପ୍ରକୃତ ପକ୍ଷେ ଏହି ରାସ୍ତାର ପ୍ରାୟ ୫୦ ଭାଗ କାର୍ଯ୍ୟ ଏବଂ ୧୫ଟି ଫ୍ଲାଏ ଓଭର କାମ ସରିବାକୁ ବାକିଅଛି ।
ତତ୍ସହିତ ବ୍ରାହ୍ମଣୀ ସେତୁର ୧ ଭାଗ କାର୍ଯ୍ୟ ସରିନଥିବା ବେଳେ କିପରି ଏହା ନିର୍ଦ୍ଧାରିତ ସମୟରେ ସରିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ତେଣୁ ବାଧ୍ୟହୋଇ ସଚେତନ ନାଗରିକ ମଂଚ, ଯାଜପୁର ପକ୍ଷରୁ ୭ ଦଫା ଦାବୀକୁ ନେଇ ଡିସେମ୍ବର ମାସ ୯ ତାରିଖ ଦିନ ଏକ ପ୍ରତିବାଦ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଧର୍ମଶାଳା ଓ ସୁକିନ୍ଦାର ସ୍ଥାନୀୟ ଜନତାଙ୍କ ସହିତ ଛାତ୍ରଛାତ୍ରୀ, ଗାଡିଚାଳକ, ଗାଡିମାଲିକ, କୃଷକ, ଶ୍ରମିକ, ଦୁର୍ଘଟଣା ଦ୍ୱାରା ଅକାଳରେ ମୃତ୍ୟୁମୁଖରେ ପଡିଥିବା ପରିବାର ସଦସ୍ୟ ଏବଂ ବିଭିନ୍ନ ସଂଗଠନମାନେ ଯୋଗଦେଇଥିଲେ । ସର୍ବୋପରି ଧର୍ମଶାଳାର ବିଧାୟକ ମଧ୍ୟ ଧାରଣା ସ୍ଥଳରେ ଉପସ୍ଥିତ ହୋଇଥିଲେ । ପରିଶେଷରେ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ରାଜ୍ୟମୁଖ୍ୟ ନିର୍ଦ୍ଧାରିତ ସମୟରେ ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ପରିପ୍ରେକ୍ଷିରେ ନିର୍ଦ୍ଧାରିତ ସମୟରେ ଡୁବୁରୀ-ଚଣ୍ଡିଖୋଲ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ, ୧୫ ଗୋଟି ଫ୍ଲାଏ ଓଭର ଏବଂ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସାରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଓଡିଶା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେବାପାଇଁ ପୂର୍ବତନ ମନ୍ତ୍ରୀ ତଥା ସେୁତନ ନାଗରିକ ମଂଚର ମୁଖ୍ୟ ପରାମର୍ଶଦାତା ଡଃ. ପ୍ରଫୁଲ୍ଳ ଚନ୍ଦ୍ର ଘଡାଇ ଏକ ପତ୍ର ଲେଖି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ୍ ଗଡକରିଙ୍କୁ ପୁନର୍ବାର ଅନୁରୋଧ କରିଛନ୍ତି ।










