ଭୁବନେଶ୍ୱର: ସମୟ ସୀମା ଭିତରେ କାମ ନ ସାରିଲେ ଠିକାଦାର ଙ୍କ ଉପରେ ଆକ୍ସନ । ଭିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପ୍ରକଳ୍ପର କାମ କ୍ୱାଲିଟି ରେ କମ୍ପରମାଈଜ ନ କରିବାକୁ ନିର୍ଦେଶ ଦେଇଛନ୍ତି । ସମୟ ସୀମା ସୁଦ୍ଧା କାମ ନ ସାରିଲେ ଦଣ୍ଡ ବିଧାନ ହେବ । ଜରିମାନା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ପ୍ରକଳ୍ପ କାମ ପାଇଁ ବିଭାଗ ସବୁ ପ୍ରକାର ସହଯୋଗ ଯୋଗାଇ ଦେବ ।









