28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଗାନ୍ଧୀ ପରିବାର ମୋ କ୍ୟାରିୟର ନଷ୍ଟ କରିଦେଲା: ମଣିଶଙ୍କର

ଗାନ୍ଧୀ ପରିବାର ମୋ କ୍ୟାରିୟର ନଷ୍ଟ କରିଦେଲା: ମଣିଶଙ୍କର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ଆଜି ପୁଣିଥରେ ଗାନ୍ଧୀ ପରିବାରକୁ ନେଇ ଏକ ବଡ଼ ବୟାନ୍ ଦେଇଛନ୍ତି। ଆୟର ଅଭିଯୋଗ କରି କହିଛନ୍ତି, ଗାନ୍ଧୀ ପରିବାର ତାଙ୍କ ରାଜନୈତିକ କ୍ୟାରିଅର ଗଢ଼ିଥିଲେ ଯେତିକି ସତ, ଗାନ୍ଧୀ ପରିବାର ହିଁ ତାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିଥିବା ସେତିକି ସତ। ଆୟରଙ୍କ କହିବାନୁସାରେ ସେ ଦଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ଧରି ତାଙ୍କୁ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଏକାକୀ ଭେଟିବାର ସୁଯୋଗ ଦିଆଯାଇନଥିଲା। ଏପରିକି ରାହୁଲ କିମ୍ବା ପ୍ରିୟଙ୍କାଙ୍କ ସହ ମଧ୍ୟ ସେ ଏକାଧିକ ଥର ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ସାକ୍ଷାତକାରର ସୁଯୋଗ ଦିଆଯାଇନଥିଲା। ପ୍ରିୟଙ୍କା କେବଳ ଥରେ ଅଧେ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝନ୍ତି। କିନ୍ତୁ ସେସବୁ କେବଳ ଔପଚାରିକତା। ଦଳ କିମ୍ବା ରାଜନୀତି ସମ୍ପର୍କରେ ତାଙ୍କ ସହ ଗାନ୍ଧୀ ପରିବାର କିମ୍ବା କଂଗ୍ରେସର କୌଣସି ନେତା ଆଲୋଚନା ମଧ୍ୟ କରନ୍ତି ନାହିଁ। ଦଳରେ ଥାଇ ମଧ୍ୟ ତାଙ୍କୁ ଏକ ପାଶ୍ୱର୍କୁ ଠେଲି ଦିଆଯାଇଛି। ସେ ରାଜନୀତିରେ ଆହୁରି ଆଗକୁ ବଢ଼ିପାରିଥାନ୍ତେ, କିନ୍ତୁ ଗାନ୍ଧୀ ପରିବାର ସେସବୁ ଉପରେ ପୂର୍ଣ୍ଣଛେଦ ଟାଣିଦେଇଥିଲା।

ସେହିପରି ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ସମ୍ପର୍କରେ ମତ ରଖି ଆୟର କହିଛନ୍ତି, ପୂର୍ବରୁ ସବୁକିଛି ଠିକ୍ ଠାକ୍ ଥିଲେ ମଧ୍ୟରେ ୨୦୧୩ ବେଳକୁ କଂଗ୍ରେସ ମାତ୍ରାଧିକ ଅହଂକାରୀ ହୋଇସାରିଥିଲା। କୌଣସି ନେତାଙ୍କ କଥା ଶୁଣିବାକୁ ଦଳରେ କେହି ବି ପ୍ରସ୍ତୁତ ନଥିଲେ। ଶୃଙ୍ଖଳା ବୋଲି ଦଳରେ ଆଉ କିଛି ନଥିଲା। ଯଦି ୨୦୦୯ରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ମିଳିଥିବା ବିଜୟକୁ ନେଇ ଯେତେବେଳେ କଂଗ୍ରେସ କ୍ରମାଗତ ୨ୟ ଥର ପାଇଁ ସରକାର ଗଠନ କଲା ସେତେବେଳେ ମନମୋହନ ସିଂହଙ୍କୁ ପୁନଃ ପ୍ରଧାନମନ୍ତ୍ରୀ କରିବା ବଦଳରେ ରାଷ୍ଟ୍ରପତି କରାଯାଇଥାନ୍ତା ଏବଂ ପ୍ରଣବ ମୁଖାର୍ଜୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତେବେ ୨୦୧୪ରେ କଂଗ୍ରେସକୁ କଦାପି ଲଜ୍ଜାଜନକ ପରାଜୟ ବରଣ କରିବାକୁ ପଡିନଥାନ୍ତା।

ଗାନ୍ଧୀ ପରିବାର ସମ୍ପର୍କରେ ଆୟରଙ୍କ ଏପ୍ରକାର ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ବିଧାନ ବିତର୍କ ଉପରେ ଉତ୍ତର ରଖିବା ଆଳରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଅପେକ୍ଷା ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରି ମୋଦୀ ଏହି ପରିବାରକୁ ଏକ ସ୍ୱାର୍ଥବାଦୀ ପରିବାର ବୋଲି ଅଭିହିତ କରିଛନ୍ତି। ତେବେ ଏବେ ଆୟରଙ୍କ ଏପ୍ରକାର କଥାରୁ ଜଣାପଡୁଛି ଯେ ଏବେ ତାଙ୍କ ଓ ଗାନ୍ଧୀ ପରିବାର ମଧ୍ୟରେ ଏକ ବଡ଼ଧରଣର ଫାଟ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking