28.9 C
Bhubaneswar
Monday, July 13, 2026
Homeଓଡିଶାବାଲ ବୈଜ୍ଞାନିକ ପଦର୍ଶନୀ ମେଳା ଉଦଘାଟିତ

ବାଲ ବୈଜ୍ଞାନିକ ପଦର୍ଶନୀ ମେଳା ଉଦଘାଟିତ

ଯାଜପୁର: ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ଜିଳ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ମେଳା ଉଦଘାଟିତ ହୋଇଯାଇଛି। ଯାଜପୁରର ଅତିରିକ୍ତ ଜିଲ୍ଳାପାଳ ନବକ୍ରିଷ୍ଣ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସବୁବେଳେ ନୂଆ ନୂଆ କିଛି କରିବା ପାଇଁ ଉଦ୍ୟମ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ବିଜ୍ଞାନ ଶିକ୍ଷକ ସୁପରଭାଇଜର କୁମାରସେନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରିଣୀ ନିବେଦିତା ପାଣି ଏବଂ ବୈଜ୍ଞାନିକ ଓ ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୁଖ ଯୋଗ ଦେଇ ଏହି ମେଳାର ଉଦ୍ଧେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ଆଜି ଏହି ପ୍ରଦର୍ଶନୀରେ ଜିଲ୍ଳାର ୧୦ ଗୋଟି ବ୍ଳକରୁ ୭୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଛି। ଏଥିରୁ ଶ୍ରେଷ୍ଠ ପ୍ରଦର୍ଶିତ ମଡେଲକୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନିତ କରାଯିବ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking