28.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଚଢିଗଲା କନଷ୍ଟେବଳଙ୍କ ଉପରେ  ଟ୍ରକ : ଭିତରେ ଥିଲା ୪କୋଟିର ଡ୍ରଗ୍ସ

ଚଢିଗଲା କନଷ୍ଟେବଳଙ୍କ ଉପରେ  ଟ୍ରକ : ଭିତରେ ଥିଲା ୪କୋଟିର ଡ୍ରଗ୍ସ

ନୂଆଦିଲ୍ଲୀ :  ଟ୍ରକରେ ଚାଲାଣ ହେଉଥିଲା ୪ କଟି ମୂଲ୍ୟର ଡ୍ରଗ୍ସ ।  ଖବର ପାଇ ପୋଲିସ ଯାଞ୍ଚ କରୁଥିବା ବେଳେ  ଧରା ପଡିଛି । ଫେରାର  ହେବାକୁ ଉଦ୍ୟମ କରୁଥିବା  ଡ୍ରଗ୍ସ  ମାଫିଆ ଜଣେ  କନଷ୍ଟେବଳଙ୍କ ଉପରେ  ଟ୍ରକ  ଚଢାଇ  ଦେଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଏପରି ଅଘଟଣ  ଆସାମର  ଶ୍ରୀଭୁମି ଜିଲ୍ଲାରେ ଘଟିଛି । ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଡ୍ରଗ୍ସ ମାଫିଆଙ୍କୁ କାବୁ କରାଯିବା ପରେ ସେ ପୁଲିସ୍ କବଳରୁ ମୁକୁଳିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ସମ୍ମୁଖରେ ଥିବା କନଷ୍ଟେବଳଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ କନଷ୍ଟେବଳ ଉଜ୍ଜ୍ୱଳ ବୋରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍ ଫେରାର ହୋଇଯାଇଥିବା ଟ୍ରକ୍‌ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍‌ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି। ଏହି ଘଟଣା ପରେ ସମ୍ପୃକ୍ତ ଟ୍ରକ୍ ଚାଳକଙ୍କୁ ସିନ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରୁ ସେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ତାଙ୍କ ଉପରକୁ ଫାୟରିଂ କରିଥିବା ଜଣାଯାଇଛି। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking