23.1 C
Bhubaneswar
Sunday, March 22, 2026
Homeଓଡିଶାବଧୂ ହତ୍ୟା:  ବାପ ଘର ଆଣିଲେ ଅଭିଯୋଗ

ବଧୂ ହତ୍ୟା:  ବାପ ଘର ଆଣିଲେ ଅଭିଯୋଗ

କଟକ:ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିସନ୍‌ରେଟ୍ ପୁଲିସ୍ ମାମଲା ରୁଜୁ କରି ସ୍ୱାମୀ ଓ ତାଙ୍କର ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ୬ ବର୍ଷ ତଳେ ମାହାଙ୍ଗା ଅଞ୍ଚଳର ସୁଭଦ୍ରା ସାହୁଙ୍କ ବିବାହ ଚାଉଳିଆଗଞ୍ଜ ଅଞ୍ଚଳରେ ବିବାହ ହୋଇଥିଲେ। ବାହାଘର ପରେ ପରିବାର ଠିକ୍‌ଠାକ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇଟି ପିଲା ଅଛନ୍ତି। ହେଲେ ଗତ କିଛି ମାସ ହେଲା ପରିବାର ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ସୁଭଦ୍ରାଙ୍କ ଉପରେ ଆରମ୍ଭ ହେଲା ନିର‌୍ୟାତନା। ଯୌତୁକ ପାଇଁ ଶାଶୁଘର ଲୋକ ମାନସିକ ଓ ଶାରୀରିକ ନିର‌୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ନିର‌୍ୟାତନା ପାଉଥିଲେ ମଧ୍ୟ ପିଲାଙ୍କ ପାଇଁ ଶାଶୁ ଘରେ ରହୁଥିଲେ।ଶନିବାର ରାତିରେ ବାପଘର ଲୋକଙ୍କୁ ଝିଅ ଆତ୍ମହତ୍ୟା କରିଥିବା ଫୋନ ଯାଇଥିଲା। ଏକଥା ଶୁଣିବା ପରେ ରାତିରେ କଟକ ଦୌଡ଼ି ଆସିଥିଲେ ପରିବାର ଲୋକେ। ସେତେବେଳେ ଯାହା ଦେଖିଲେ, ତାହା ବିଶ୍ୱାସ କରିପାରିଲେନାହିଁ। ସୁଭଦ୍ରାଙ୍କ ଶରୀରରେ କ୍ଷତ ଓ ମାଡ ଚିହ୍ନ ଥିବା ବାପଘର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଚାଉଳିଆଗଞ୍ଜ ଥାନା ପୁଲିସ ମୃତ ମହିଳାଙ୍କ ସ୍ୱାମୀ ସହ ତାଙ୍କ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking