ଭୁବନେଶ୍ୱର: ଡିସେମ୍ବର ଏବଂ ଜାନୁଆରୀ ମାସରେ ସବୁଠାରୁ ଅଧିକ ଶୀତ ହୁଏ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ରୁମ ହିଟର ବ୍ୟବହାର କରନ୍ତି । ହେଲେ ହିଟର ବ୍ୟବହାର କରିବା ସମୟରେ ସତର୍କତାରେ ରହିବା ଆବଶ୍ୟକ । ଏହାକୁ ବ୍ୟବହାର କରିବା ପୂର୍ୱରୁ ରୁମ ହିଟରକୁ ପ୍ରଥମେ ଭଲ ଭାବରେ ସଫା କରିବା ଉଚିତ । ଅଧିକାଂଶ ଲୋକେ ରୁମ ହିଟରକୁ ଅଧିକ ସମୟ ପଯ୍ୟନ୍ତ ଚାଲୁ ରଖିଥାନ୍ତି । ହେଲେ ଏହାକୁ ମଝିରେ ବନ୍ଦ କରିବା ଉଚିତ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଡିଟର ଲଗାଇ ଶୋଇଥାନ୍ତି । କିନ୍ତୁ ଏଠାରୁ ଦୂରେଇ ରହିବା ଉଚିତ । ଏହା ବିପଜ୍ଜନକ ହୋଇଥାଏ । ହିଟର ଚାଲୁଥିବା ସମୟରେ ରୁମର ସବୁ ଝରକାକୁ ଖୋଲା କରି ରଖନ୍ତୁ । ହିଟର ନିକଟରେ ଏଭଳି କିଛି ରଖନ୍ତୁ ନାହିଁ ଯାହାକି ଅଗ୍ନିକାଣ୍ଡ ସୃଷ୍ଟି କରିପାରେ । ଯେଉଁମାନଙ୍କର ଆଜମା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଥାଏ ସେମାନେ ଉତ୍ତାପର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ ।










