ଭୁବନେଶ୍ୱର : ଏଣିକି ଆସନ୍ତା ବର୍ଷ ୨୦୨୫ ମସିହାରେ ପିଏଫ ଆକାଉଣ୍ଟ ଧାରୀମାନେ ଏକ ସୁବିଧା ପାଇପାରିବେ । ଯେଉଁଥିରେ ସେମାନେ ସେମାନଙ୍କ ଜମା ହୋଇଥିବା ଟଙ୍କା ବାହାର କରିପାରିବେ । ଏଟିଏମ ମାଧ୍ୟମରେ ପିଏଫ ଆକାଉଣ୍ଟ ଏଟିଏମ ମାଧ୍ୟମରେ ଟଙ୍କା ବାହାର କରିପାରିବେ । ଏକ ସ୍ୱତନ୍ତ କାର୍ଡ ମାଧ୍ୟମରେ କରାଯିବ , ଯାହା ଏକ ଡେବିଟ କାର୍ଡ ପରି ହେବ । ଏନେଇ ଶ୍ରମ ମନ୍ତ୍ରଣାଳୟ ଏହା ଉପରେ କାଯ୍ୟ କରୁଛି । ଜାନୁଆରୀ ୨୦୨୫ ରୁ ଏହି ସେବା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଇପିଏଫଓ ଅନୁଯାୟୀ , ଆସନ୍ତା ବର୍ଷ ଆରମ୍ଭରେ ଗ୍ରାହକମାନେ ସେମାନଙ୍କ ପିଏଫ ଆକାଉଣ୍ଟରୁ ସିଧାସଳଖ ଏଟିଏମରୁ ଟଙ୍କା ଉଠାଇପାରିବେ । ଯଦି ଆପଣ ଅତି କମରେ ଏକ ମାସ ପାଇଁ ବେକାର ତେବେ ଆପଣଙ୍କର ପିଏଫ ବାଲାନ୍ସର ୭୫ ପ୍ରତିଶତ ପଯ୍ୟନ୍ତ ପ୍ରତ୍ୟାହାର କରିପାରିବ । ଆଶା କରାଯାଉଛି ଯେ, ଜାନୁଆରୀ ୨୦୨୫ରୁ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ ।