24.1 C
Bhubaneswar
Friday, February 13, 2026
Homeଓଡିଶାତିନି ଜିଲ୍ଲାରେ ହ୍ରାସ ପାଇଛନ୍ତି ମହିଳା ସ୍ୱୟଂ ସହାୟିକା ସଦସ୍ୟା

ତିନି ଜିଲ୍ଲାରେ ହ୍ରାସ ପାଇଛନ୍ତି ମହିଳା ସ୍ୱୟଂ ସହାୟିକା ସଦସ୍ୟା

ଭୁବନେଶ୍ୱର: ରାଜ୍ୟର ତିନିଟି ଜିଲ୍ଲା ବୌଦ୍ଧ, ଦେବଗଡ ଓ ନୂଆପଡା ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଂଖ୍ୟା ହ୍ରାସ ପାଇଛି । ନୂଆପଡା ଜିଲ୍ଲାରେ ସର୍ବାଧିକ ୩୩୭ ଗୋଷ୍ଠି କମିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ମିଶନ ଶକ୍ତି ଅଧିନରେ ବର୍ତ୍ତମାନ ୬,୦୨,୦୧୩ ଟି ସ୍ୱୟଂ ସହାୟକ ଗୋଷ୍ଠି ଅଛନ୍ତି ଏବଂ ସେଥିରେ ୭୦ଲକ୍ଷ ୧୦ ଜଣ ମହିଳା ରହିଛନ୍ତି । ସବୁଠାରୁ ଅଧିକ ୪୧,୨୦୧ ସ୍ୱୟଂ ସହାୟିକ ଗୋଷ୍ଠି ଗଞ୍ଜାମ ଜିଲ୍ଲାର ଥିବାବେଳେ ସବୁଠାରୁ କମ୍‍ ମାତ୍ର ୬୧୩୫ ଗୋଷ୍ଠି ବୌଦ୍ଧ ଜିଲ୍ଲାରେ ରହିଛନ୍ତି ।

ଝାରସୁଗୁଡା ଜିଲ୍ଲାରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ସଂଖ୍ୟା ୭୩୩୫ ରହିଛି । ସେହଭଳି ପର୍ଯ୍ୟାୟକ୍ରମେ ଗଠିତ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କର ଅଦ୍ୟାବଧି ନୂଆ ଏନଆରଏଲଏମ ଏମଆଇଏସ୍‍ ପୋର୍ଟାଲରେ ଅପଲୋଡ କରାଯାଇ । ୨୦୨୪ ଜାନୁୟାରୀରୁ ବର୍ତ୍ତମାନ ସୁଦ୍ଧା ୪୬,୧୫୬ ସ୍ୱୟଂ ସହାୟକ ଗୋଷ୍ଠିର ୪,୬୨,୯୭୧ ଜଣ ସଦସ୍ୟାଙ୍କ ତଥ୍ୟ ଏହି ପୋର୍ଟାଲରେ ଅପଲୋଡ କରାଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୌଦ୍ଧ, ଦେବଗଡ ଓ ନୂଆପଡା ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଓ ସଦସ୍ୟାଙ୍କ ସଂଖ୍ୟା ହ୍ରାସ ପାଇଛି । ନୂଆପଡାରେ ୩୩୭ ଗୋଷ୍ଠି ଓ ୩୪୦୬ ସଦସ୍ୟାଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ବୌଦ୍ଧରେ ୭୧୫ ଗୋଷ୍ଠିର ୭୩୫୫ ଏବଂ ଦେବଗଡରେ ୨୦ଗୋଷ୍ଠିର ୮୮୨ ସଦସ୍ୟା ହ୍ରାସ ପାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking