ଭୁବନେଶ୍ୱର: ବିଧାନସଭା ସୋମବାର ଯାଏଁ ମୁଲତବି ଘୋଷଣା । ସୋମବାର ଦିନ ୧୦ ଟା ୩୦ ଯାଏଁ ମୁଲତବି ଘୋଷଣା । ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ । ସେହିପରି ଆଜି ଏଏସଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହରେ ହଙ୍ଗାମା ହୋଇଥିଲା । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପୁଣି ବିଜେଡି ବିଧାୟକଙ୍କ ହଟାଗୋଳ । ହଙ୍ଗାମା ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ହୋଇଥିଲା । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରୀ ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବୀ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେହିପରି ଶୂନ୍ୟକାଳରେ ପ୍ରମିଳା ଉଠାଇବାକୁ ପ୍ରସଙ୍ଗକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । କହିଥିଲେ ସ୍ୱଛତା ପାଇଁ ଆଇନ ଆଣିବାକୁ ବିରୋଧ କରିବା ଘୁଣ୍ୟ ଏବଂ ନିନ୍ଦନୀୟ । ପୂର୍ବ ସରକାରରେ ବଣିକ ଏବଂ ବଣିକ ମାନେ ସରକାରଙ୍କ ବଡିଗାର୍ଡ ହୋଇ ଚାକିରୀ ବିକୁଥିଲେ । ଏହିପରିପେକ୍ଷୀରେ ବାଚସ୍ପତି ସୋମବାର ଯାଏଁ ବିଧାନସଭା ଅଧିବେଶନ ମୁଲତବି ରଖିଛନ୍ତି ।