26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ବୈଠକ

ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ବୈଠକ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡ଼ିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପଞ୍ଚମ ବୈଠକ। ଏହି ବୈଠକରେ ସିପିଂ କର୍ପୋରେସନ ଅଫ ଇଣ୍ଡିଆ, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି।ଏହି ବୈଠକରେ ଓଡ଼ିଶାରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking