18.1 C
Bhubaneswar
Saturday, December 6, 2025
Homeଓଡିଶାବିଧାୟକଙ୍କ ଦରମା ବଢିଲେ ଆନ୍ଦୋଳନ : କ୍ରାନ୍ତି ଓଡିଶା

ବିଧାୟକଙ୍କ ଦରମା ବଢିଲେ ଆନ୍ଦୋଳନ : କ୍ରାନ୍ତି ଓଡିଶା

ଭୁବନେଶ୍ୱର :  ବିଧାୟକଙ୍କ ଦରମା, ପେନସନ ବୃଦ୍ଧି ପ୍ରସଙ୍ଗରେ କ୍ରାନ୍ତି ଓଡିଶା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।  ଦରମା ବଢିଲେ କିମ୍ବା ପେନସନ ବୃଦ୍ଧି କରିଲେ ତେବେ  ରାଜ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି କ୍ରାନ୍ତି ଓଡିଶାର ଅଧ୍ୟକ୍ଷ ଚେତାବନୀ ଜଣାଇଛନ୍ତି । ଏବଂ କ୍ରନ୍ତି ଓଡିଶା ପକ୍ଷରୁ କୁହାଯାଉଛି ଯେ,  ବିଧାୟକ, ସାଂସଦ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ  କୌଣସି ସରକାରୀ କର୍ମଚାରୀ ନୁହଁନ୍ତି ।  ଲୋକମାନଙ୍କ ଦ୍ୱାରା  ଲୋକମାନଙ୍କ ସେବା ନିମନ୍ତେ ପାଞ୍ଚ ବର୍ଷ ପାଇଁ ମନୋନୀତ ହୋଇଥାନ୍ତି । ବର୍ତ୍ତମାନ ରାଜ୍ୟରେ ସମଗ୍ର ଦେଶରେ ଋଣଭାର ବୁଡି ରହିଛି ।  ରାଜ୍ୟର ଆର୍ଥିକ ବ୍ୟବସ୍ଥା ଖରାପ ଯୋଗୁଁ  ରାଜ୍ୟସରକାରଙ୍କ ନଜ ମୁଖ୍ୟମନ୍ତ୍ରୀ  ଅନ୍ୟ ଦେଶ ଓ ରାଜ୍ୟ ଯାଇ  ପ୍ରତିଷ୍ଠିତ କମ୍ପାନୀମାନଙ୍କୁ  ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ  କାକୁତି ମିନତି ହେଉଛନ୍ତି । ରାଜ୍ୟ ସରକାରଙକ୍ ନିଯୁକ୍ତି ଆଇନ ଦ୍ୱାରା  ମନୋନୀତ ଓ ନିୟୋଜିତ  ସମସ୍ତ ପ୍ରକାର ଶିକ୍ଷକ କର୍ମଚାରୀ ଓ ପଦସ୍ଥ ଅଧିକାରୀମାନଙ୍କ କ୍ଷେତ୍ରରେ  ପୁରାତନ ପେନସନ ବ୍ୟବସ୍ଥାକୁ  ୨୦୦୪ ମସିହାରୁ  ସମ୍ପର୍ଣ୍ ବନ୍ଦ କରିଦେଇଛନ୍ତି । ରାଜ୍ୟର ଆର୍ଥିକ ଅବସ୍ଥା ଦୟନୀୟ ଯୋଗୁଁ  ରାଜ୍ୟରେ  ବଜେଟ ଅନୁମୋଦିତ ସ୍ଥାୟୀ ପଦବୀ ଗୁଡିକ ସରକାର ପୂରଣ କରି ନପାରି  ଆଉଟ ସଓର୍ସିଂ ସଂସ୍ଥା ଅଧିନରେ   ସ୍ୱଳ୍ପ ଦରମାରେ  ହଜାର ହଜାର ଉଚ୍ଚ ଶିକ୍ଷିତ  ଯୁବକ ଯୁବତୀଙ୍କୁ ଦାଦନ  ଭଳି ଖଟାଉଛନ୍ତି । ନିଯୁକ୍ତି ଆଇନ ଦ୍ୱାରା  ନିଯୁକ୍ତି ପ୍ରାପ୍ତ ଉଚ୍ଚ ଶିକ୍ଷିତ କର୍ମଚାରୀ , ଶିକ୍ଷକମାନେ ଯଦି ଉପଯୁକ୍ତ ଦରମା ଓ ପେନସନ ପାଇବେ ନାହିଁ । ତେବେ ସ୍ୱଇଛ୍‌ଛାରେ  ସେବାମୂଳକ ଭାବରେ  କାଯ୍ୟ  କରିବାପାଇଁ  ମାତ୍ର ୫ ବର୍ଷ ପାଇଁ  ମନୋନୀତ ହୋଇଥିବା ସେବକମାନେ  କେଉଁ ଭିତ୍ତିରେ ଉଚ୍ଚ ଦରମା  ଓ ପେନସନ ପାଇବେ ବୋଲି  କ୍ରାନ୍ତି ଓଡିଶା ପ୍ରଶ୍ନ  ପଚାରିଛି ।  ଏହି ୫ ବର୍ଶିଆ ସେବକମାନେ କାହିଁକି ଦରମା ଓ ପେନସନ ପାଇବେ ।  ବର୍ତ୍ତମାନ ରାଜ୍ୟରେ ଯେଉଁ  ନୂତନ  ପିଲା ଜନ୍ମ ହେଉଛ୍‌ତି  ତାଙ୍କ ଉପରେ ୫୨,୦୦୦ରୁ ଉଦ୍ଧ ଟଙ୍କା ଋଣ ଭାର ପଡୁଛି । ଏହି ୫ ବର୍ଶିଆ ସେବକମାନଙ୍କ ଦରମା ୨,୫୦,୦୦୦ ଓ ପେନସନ ୭୦,୦୦୦ କଲେ ଯେଉଁ ଋଣ ବୋଝ ବଢିବ  ତାକୁ କିଏ ପରିଶୋଧ କରିବ ବୋଲି  କ୍ରାନ୍ତି ଓଡିଆ ପ୍ରଶ୍ନ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking