26.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶବାଂଲାଦେଶ ହିଂସା ପ୍ରସଙ୍ଗ ଉଠାଇଲେ ମମତା

ବାଂଲାଦେଶ ହିଂସା ପ୍ରସଙ୍ଗ ଉଠାଇଲେ ମମତା

ନୂଆଦିଲ୍ଲୀ: ବାଂଲାଦେଶରେ ଦେଖା ଦେଇଥିବା ହିଂସା ପାଇଁ ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାଂଲାଦେଶରେ ଜାତିସଂଘର ହସ୍ତକ୍ଷେପ ପାଇଁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ମମତା କହିଛନ୍ତି। ଆଜି ବିଧାନସଭାରେ ବକ୍ତବ୍ୟ ରଖିବା ବେଳେ ବାଂଲାଦେଶ ସ୍ଥିତି ନେଇ ଏଭଳି ବୟାନ ଦେଇଛନ୍ତି ମମତ। ପଡ଼ୋଶୀ ଦେଶରେ ଶାନ୍ତି ପ୍ରତିଷ୍ଠା କରିବାକୁ ଏକ ଆନ୍ତର୍ଜାତୀୟ ଶାନ୍ତି ରକ୍ଷା ମିଶନ ନିୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବାଂଲାଦେଶରୁ ନିର୍ଯାତିତ ଭାରତୀୟଙ୍କୁ ଉଦ୍ଧାର ତଥା ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆହ୍ୱାନ ଦେଇଛନ୍ତି ମମତା ବାନାର୍ଜୀ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ କିଛି ବକ୍ତବ୍ୟ ଦେଉ ନାହାନ୍ତି ତେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏଶ ଜୟଶଙ୍କର ଭାରତର ଆଭିମୁଖ୍ୟ ରଖନ୍ତୁ। ଅନ୍ତତପକ୍ଷେ ଶୀତକାଳୀନ ଅଧିବେଶନ ଏ ବିଷୟରେ ମତ ରଖନ୍ତୁ ବୋଲି ମମତା କହିଛନ୍ତି। ସେପଟେ ବାଂଲାଦେଶ ୭୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଏମାନଙ୍କୁ ତୁରନ୍ତ ଛାଡ଼ିବା ଦରକାର। କାରଣ ଭାରତ ମଧ୍ୟ ବାଂଲାଦେଶର ମତ୍ସ୍ୟଜୀବୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଫେରାଇ ଦେଇଥିଲେ ବୋଲି ମମତା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯଦି ଓ ଜଣେ ରାଜ୍ୟର ନେତା ଭାବରେ ଅନ୍ତର୍ଜାତୀୟ ଘଟଣା ବିଷୟରେ କହିବାର ତାଙ୍କର ସୀମିତ ଅଧିକାର ରହିଛି, ତେବେ ନିକଟରେ କିଛି ବାଂଲାଦେଶରୁ ନିର୍ଯାତିତ ଇସ୍‌କନ ସାଧୁଙ୍କ ସହ କଥା ହେବା ପରେ ବାଧ୍ୟ ହୋଇ ଏ ବିଷୟରେ ମୁଁ ସ୍ୱର ଉଠାଇଲି। ବାଂଲାଦେଶରୁ ନିର୍ଯାତିତ ଭାରତୀୟଙ୍କୁ ପଶ୍ଚିମବଙ୍ଗ ଶରଣ ଦେବାକୁ ରାଜି ବୋଲି ପୁଣିଥରେ ଦୋହରାଇଛନ୍ତି ମମତା ବାନାର୍ଜୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking