18.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ

ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ: ଚଳିତ ଆର୍ôଥକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ (ଦ୍ୱିତୀୟ ତ୍ରୈମାସ) ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪%କୁ ହ୍ରାସ ପାଇଛି। ଉତ୍ପାଦନ କ୍ଷେତ୍ର ସହ ଖଣିଶିଳ୍ପ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଏପ୍ରକାର ହ୍ରାସ ପାଇଥିବା ଅର୍ଥନୀତିଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି। ଅର୍ଥନୀତିଜ୍ଞଙ୍କ ଅନୁସାରେ ଏହି ହ୍ରାସ ଗତ ୨ ବର୍ଷ ମଧ୍ୟରେ ସର୍ବନିମ୍ନ ଅଭିବୃଦ୍ଧି ସ୍ତରକୁ ପ୍ରଦର୍ଶିତ କରିଛି। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।

ଗତବର୍ଷ ଏହି ସମାନ ତ୍ରୈମାସ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୧% ରହିଥିଲା। ତେବେ ସକଳ ଘରୋଇ ଉତ୍ପାଦ (ଜିଡିପି)ର ସବୁଠାରୁ ନିମ୍ନସ୍ତର ୨୦୨୨-୨୩ ଆର୍ôଥକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୪.୩% ରେକର୍ଡ କରାଯାଇଥିଲା। ସେତେବେଳେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ୨୦୨୨-୨୩ ପରେ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଗତ ଦୁଇଟି ଅର୍ଥବର୍ଷରେ ଦେଶର ଜିଡିପି ହାରରେ ଏପ୍ରକାର ହ୍ରାସ ଦେଖିବାକୁ ମିଳିନଥିଲା। ତେବେ ଏସବୁ ମଧ୍ୟରେ ଏକ ସକାରାତ୍ମକ ସୂଚନା ହେଉଛି ଅର୍ଥନୈତିକ କ୍ଷେତ୍ରରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ସ୍ଥାନ ବଜାୟ ରଖିଛି। କାରଣ ଏହି ଆର୍ôଥକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚୀନ୍‌ର ଜିଡିପି ଅଭିବୃଦ୍ଧି ହାର ୪.୬% ରହିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ôଥକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ କୃଷି କ୍ଷେତ୍ର ୩.୫ ପ୍ରତିଶତ ବୃଦ୍ଧି ପାଇଛି ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧.୭ % ଥିଲା। ତେବେ ମାନୁଫାକ୍‌ଚରିଂ ସେକ୍ଟରର ଅଭିବୃଦ୍ଧି ହାର ବର୍ଷକ ପୂର୍ବରୁ ୧୪.୩% ଥିଲା, ଯାହା ଏହି ତ୍ରୈମାସରେ ୨.୨%କୁ ଖସି ଆସିଛି। ଏହି ସମୟରେ, ସରକାରୀ ତଥ୍ୟ ଦର୍ଶାଇଛି ଯେ ଚଳିତ ଆର୍ôଥକ ବର୍ଷର ପ୍ରଥମ ୭ ମାସ ଶେଷରେ କେନ୍ଦ୍ରର ଆର୍ôଥକ ନିଅଣ୍ଟ ପୂର୍ଣ୍ଣ ବର୍ଷର ଲକ୍ଷ୍ୟର ୪୬.୫% ଛୁଇଁଛି। କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଆର୍ôଥକ ନିଅଣ୍ଟ ସରକାରଙ୍କ ବ୍ୟୟ ଏବଂ ରାଜସ୍ୱ ମଧ୍ୟରେ ବ୍ୟବଧାନ ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ୭,୫୦,୮୨୪ କୋଟିରେ ସ୍ଥିର ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking