ଖୋର୍ଦ୍ଧା: କୋର୍ଟ ରୁମ୍ ଭିତରେ ପଶିଲା ମାଙ୍କଡ । ସିଧା ଯାଇ ଜଜ୍ଙ୍କ ପୋଡିୟମ ଉପରେ ବସିପଡିଲା । ମାଙ୍କଡକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ୧୦ ମିନିଟ୍ ଏପଟସେପଟ ବୁଲିବା ପରେ ମନକୁ ମନ ବାହାରି ଯାଇଥିଲା ମାଙ୍କଡ । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟର ଏ ଭିଜୁଆଲ ଭାଇରାଲ ହୋଇଛି । ଗତ କାଲି ସକାଳ ସମୟ ରେ କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିଲା । ହଠାତ ହନୁ ପଶି ଆସି ପୋଡିୟମ ଉପରେ ବସି ପଡିବାରୁ କିଛି ସମୟ ପାଇଁ କୋର୍ଟ କାର୍ଯ୍ୟ ଅଟକି ଯାଇଥିଲା । ପାଖାପାଖି ୧୦ ମିନିଟ୍ ପରେ ମାଙ୍କଡ ଚାଲିଯିବାରୁ କୋର୍ଟ କାମ ସ୍ବାଭାବିକ ହୋଇଥିଲା । କୋର୍ଟ ଭିତରେ ମାଙ୍କଡର ଭିଜୁଆଲ କିଛି ଆଇନଜୀବୀ ଫୋନ୍ରେ ରେକର୍ଡିଂ କରିଥିଲେ ।










