କେନ୍ଦୁଝର : କେନ୍ଦୁଝର ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ ହୋଇଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭି୍ଯୋଗରେ ଗିରଫ କରିଛି ଭିଜିଲାନ୍ସ । ତାଙ୍କର ଭୁବନେଶ୍ୱରରେ ଗୋଟିଏ ୪ ମହଲା ସହ ୩ଟି ବହୁତଳ କୋଠା ରହିଛି । ୨ଟି ବେନାମି ଫ୍ଲାଟ ଓ ୧୪ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ୫ ଏକର ଫାର୍ମ ହାଉସ ଓ ଏଥିରେ ୭୦ ଲକ୍ଷର ସାମଗ୍ରୀ ଠାବ ହୋଇଛି । ୫୩ ଲକ୍ଷ ବ୍ୟାଙ୍କ ଜମା , ନଗଦ ୧ ଲକ୍ଷ ସହ ୩୦୦ ଗ୍ରାମ ସୁନା ମିଳିଛି ।