20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଶପଥ ନେଲେ ପ୍ରିୟଙ୍କା ଗାନ୍ଧି

ଶପଥ ନେଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : କେରଳର ୱାୟନାଡରୁ ବିଜୟୀ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ଗୃହ କାର‌୍ୟ୍ୟ ଆରମ୍ଭ ହେବା ପରେ ହାତରେ ସମ୍ବିଧାନର ଏକ କପି ଧରି ସେ ଶପଥ ପାଠ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ସଂସଦରେ ବସିଥିବା ସାଂସଦଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଲୋୟର ହାଉସର ଗ୍ୟାଲେରୀରେ ତାଙ୍କ ସ୍ୱାମୀ ରବର୍ଟ ଭଡ୍ରା ଏବଂ ତାଙ୍କ ପିଲାମାନେ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଲୋକସଭାରେ ପ୍ରବେଶ ସହିତ ସଂସଦ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ତିନିଜଣ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିବ। ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୋକସଭାରେ ବସିଥିବା ବେଳେ ସେମାନଙ୍କ ମା’ ସୋନିଆ ଗାନ୍ଧି ରାଜ୍ୟସଭାରେ ନଜର ଆସିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking