32.1 C
Bhubaneswar
Thursday, February 12, 2026
Homeଅପରାଧପ୍ରେମିକାକୁ ରାତି କଟାଇବାକୁ ଡାକି ହତ୍ୟା କଲା ପ୍ରେମିକ

ପ୍ରେମିକାକୁ ରାତି କଟାଇବାକୁ ଡାକି ହତ୍ୟା କଲା ପ୍ରେମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରେମିକାକୁ ରାତି କଟାଇବାକୁ ଡାକି ହତ୍ୟା କଲା ପ୍ରେମିକ। ହତ୍ୟା କରିବା ପରେ ମୃତଦେହ ପାଖରେ ୨ଦିନ କଟାଇ ଏବେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ମୃତକଙ୍କ ନାମ ମାୟା ଗୋଗଇ ହୋଇଥିବା ବେଳେ ଅଭିଯୁକ୍ତର ନାମ ଆରବ ହାନୋଏ ବୋଲି ଜଣାଯାଇଛି। ମାୟା ଆସାମରୁ ଆସି ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ଏହା ସହ ସେ ବ୍ଲଗିଂ କରୁଥିଲେ ବୋଲି ଜଣାଯାଇଛି। ତେବେ ହତ୍ୟା ପରେ ଆରବ ଫେରାର ଥିବାରୁ ଖୋଜିବା ଆରମ୍ଭ କରିଛି ପୁଲିସ।

ପୁଲିସର କହିବା ମୁତାବକ, ସିସିଟିଭି ଫୁଟେଜକୁ ଆଧାର କରି ଜଣାପଡ଼ିଛି ଯେ, ନଭେମ୍ବର ୨୩ରେ ଇନ୍ଦରାନଗରରେ ଥିବା ଏକ ସର୍ଭିସ ଆପାର୍ଟମେଣ୍ଟଙ୍କୁ ଦୁହେଁ ଯାଇଥିଲେ। ଏହା ପରେ ନଭେମ୍ବର ୨୬ରେ ସକାଳ ୮ଟାରେ ଆରବ ଏକାକୀ ଆପାର୍ଟମେଣ୍ଟ ବାହାରକୁ ଆସିଥିବା ଦେଖାଯାଇଥିଲା। ମାୟାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ରବିବାର ରାତିରେ ହତ୍ୟା କରାଯାଇଥିବା କହିଛନ୍ତି ଡାକ୍ତର। ଏଥିରୁ ଜଣାପଡ଼ୁଛି ଯେ, ଆରବ ହତ୍ୟା କରିବା ପରେ ମାୟାଙ୍କ ମୃତଦେହ ସହିତ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସମୟ କଟାଇଥିଲେ। ଏହା ପରେ କିଛି ହୋଇନଥିବା ଭଳି ଆପାର୍ଟମେଣ୍ଟ ବାହାରକୁ ଆସି କ୍ୟାବ୍ କରି ସେଠାରୁ ଚାଲିଯାଇଥିଲେ। ମାୟା ଓ ଆରବଙ୍କ ବ୍ୟତୀତ ଅନ୍ୟ କେହି ଆପାର୍ଟମେଣ୍ଟକୁ ଆସିନଥିବାରୁ ଆରବ ହିଁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଏବେ ତାଙ୍କର ଫୋନ ବନ୍ଦ ରହିଛି। ଆମେ ତାଙ୍କୁ ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛୁ। ତାଙ୍କୁ ପଚରାଉଚରା କରାଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ। ଅନ୍ୟପକ୍ଷରେ ମାୟାଙ୍କ ଭଉଣୀ କହିଛନ୍ତି ଯେ, ଶୁକ୍ରବାର ମାୟା ମୋତେ କଲ୍ କରି କହିଥିଲା ଯେ, ସେ ଅଫିସ ପାର୍ଟିକୁ ଯାଉଛି। ଘରକୁ ଫେରିବ ନାହିଁ। ଶନିବାର ଦିନ ମଧ୍ୟ ସେ ଘରକୁ ନଫେରି ପାର୍ଟି ଥିବା ‌ମେସେଜ କରି ଜଣାଇଥିଲା। ହେଲେ ପରେ ମାୟାର ଫୋନ ନଲାଗିବାରୁ ମୁଁ ପୁଲିସରେ ଅଭିଯୋଗ କରିଥିଲି। ମାୟା ଏବଂ ଆରବ ୬ମାସ ହେଲାଣି ପ୍ରେମ ସମ୍ପର୍କରେ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking