30.1 C
Bhubaneswar
Thursday, February 12, 2026
Homeଓଡିଶାଆଳୁ ମିଶନରେ ବ୍ୟୟ ପରିମାଣ ୮.୯୪ କୋଟି

ଆଳୁ ମିଶନରେ ବ୍ୟୟ ପରିମାଣ ୮.୯୪ କୋଟି

ଭୁବନେଶ୍ୱର: ଆଳୁ ମିଶନ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ୮ କୋଟି ୯୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ସୂଚନା ଦେଇଛନ୍ତି କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିହଦେଓ। ବୁଧବାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୫-୧୬ ବର୍ଷରେ ଆଳୁ ମିଶନ ଗଠନ କରିଥିଲେ। ଏହା ୨୦୧୭-୧୮ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୫-୧୬ ଆର୍ôଥକ ବର୍ଷରେ ୩୦,୦୦୦ ହେକ୍ଟରେ ଆଳୁ ଚାଷ ହୋଇଥିବାବେଳେ ୨୦୧୬-୧୭ ବର୍ଷରେ ୪୫ହଜାର ଏବ୨୦୧୭-୧୮ରେ ୬୦ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯ।।ଇଥିଲା । ଏ ବାବଦରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରୁ ୮.୯୪ କୋଟି ଟଙ୍କା ବ୍ୟୟ ହୋଇଥିଲା । ଚଳିତ ବର୍ଷ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ ଯୋଜନା ଅର୍ନ୍ତଗତ ଆଳୁ ପନିପରିବା ଓ ମସଲା ଉନ୍ନୟନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଆଳୁଚାଷ କରିବାପାଇଁ ଉନ୍ନତମାନର ପ୍ରାମାଣିକଆଳୁ ବିହନ ରିହାତି ଦରରେ ଯୋଗାଇ ଦେଉଥିବା ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking