ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଦୁବୃର୍ତ୍ତ ମାନେ ମିଶି ଏକ ଯୁବକକୁ ପିଟି ପିଟି ହତ୍ୟା କରିଛନ୍ତି । ଯୁବକଙ୍କୁ ଗ୍ରାମ ସରପଞ୍ଚ ଏବଂ ତାଙ୍କ ସାଙ୍ଗମାନେ ମିଶି ମାଡ ମାରିଥିଲେ। ସୂଚନା ଅନୁଯାଇ , ଏକ ବୋରୱେଲରୁ ଜଳ ପାଇବାରୁ ବିବାଦ ଲାଗିଥିବା ଘଟଣାରେ ହତ୍ୟାକାଣ୍ଡ ଘଟିଛି । ଭିଡିଓରେ କଏଦ ହୋଇଥିବା ଏହି ଘଟଣା ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ନାରଦ ଜାଟଭ ବୟସ (୩୦ ) । ସେ ତାଙ୍କ ମାଉସୀ ଗାଁ ଇନ୍ଦରଗଡ ଗସ୍ତରେ ଯାଉଥିବା ବେଳେ ଏମିତି ଘଟଣା ଘଟିଥିବା ନେଇ ପୋଲିସ କହିଛି । ତେବେ ଏ ନେଇ ଘଟଣାର ଏକ ଭିଡିଓ ଭାଇରାଲ ହେବ ପରେ ସାମ୍ନାକୁ ଆସିଛି । ଏହି ଭିଡିଓରେ କିଛି ଲୋକମାନେ ମିଳିମିଶି ଯୁବକ ଟିକୁ ବାନ୍ଧି ବାଡ଼ିରେ ଆକ୍ରମଣ କରିଛନ୍ତି , ତେବେ ଯୁବକ ଜଣଙ୍କ ସାହାଯ୍ୟ ପାଇଁ ଡାକୁଥିବା ବେଳେ ଦୁର୍ବୃତ୍ତ ମାନଙ୍କୁ ନେହୁରା ହେଇ କାନ୍ଦିବାର ଭିଡିଓ ଭାଇରଲ ହେଉଛି । ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ସରପଞ୍ଚ ଏବଂ ଅନ୍ୟ ୭ ଜଣଙ୍କୁ ଗିରଫ କରିଛି ।










