25.1 C
Bhubaneswar
Saturday, March 21, 2026
Homeଓଡିଶାଦାଦାବଟି ଆଦାୟ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଗିରଫ: ବନ୍ଧୁକ, ଗୁଳି ଓ ଖଣ୍ଡା ଜବତ

ଦାଦାବଟି ଆଦାୟ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଗିରଫ: ବନ୍ଧୁକ, ଗୁଳି ଓ ଖଣ୍ଡା ଜବତ

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା କଳାପାଟ ବଜାର ନିକଟରୁ ଏକ ଦାଦାବଟି ଆଦାୟ ପାଇଁ ପ୍ରସ୍ତୁତ ହେଉଥିବା ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ତିଗିରିଆ ପୁଲିସ ଗିରଫ କରିଛି। ଉକ୍ତ ସଦସ୍ୟଙ୍କ ଠାରୁ ବନ୍ଧୁକ, ଗୁଳି, ଖଣ୍ଡା ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ଏହି ୫ଜଣ ସଦସ୍ୟଙ୍କ ମଧ୍ୟରେ ଭୋଗଡ଼ା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଅରୁଣ କୁମାର ନାୟକ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଆଜି ଅପରାହ୍ନରେ ତିଗିରିଆ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଶ୍ରୀ ସିଂହଙ୍କ ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ଟା ୧୫ମିନିଟ୍ ସମୟରେ ତିଗିରିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଏସଆଇ ଅନୀଲ କୁମାର ନାୟକ ଅନ୍ୟ ସହଯୋଗୀଙ୍କ ସହ ବିନ୍ଧାଣିମା ନିକଟରେ ରାତ୍ରି ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏହି ଥାନା ଅନ୍ତର୍ଗତ ନୂଆପାଟଣାସ୍ଥିତ କଳାପାଟ ବଜାର ପଛପଟେ ୩ରୁ ୪ ଜଣ ସନ୍ଦିଗ୍ଧ ବିଭିନ୍ନ ମାରଣାସ୍ତ୍ର ସହ ଏକତ୍ରିତ ହୋଇ ସ୍ଥାନୀୟ ଅଞ୍ଚଳର ଠିକାଦାରଙ୍କ ନିକଟରୁ ବନ୍ଧୁକ ମୁନରେ ଦାଦାବଟି ଆଦାୟ ସହ ପୂର୍ବ ଶତ୍ରୁତା ଥିବା ଭୋଗଡ଼ା ପଞ୍ଚାୟତସ୍ଥିତ ବେଲଅଣ୍ଟା ଗ୍ରାମରେ ଗଣ୍ଡଗୋଳ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ପାଇଥିଲେ। ଫଳରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୩ଜଣ ଅପରାଧୀ ବେଲଅଣ୍ଟା ଗ୍ରାମର ବଣ୍ଟି ନାୟକ(୨୦), ଚିନୁ ମଲ୍ଲ(୨୩), ସୁରେନ୍ଦ୍ର ମଲ୍ଲ(୨୬)ଙ୍କୁ କାବୁ କରିନେଇଥିଲେ। ଅଭିଯୁକ୍ତମାନଙ୍କ ଠାରୁ ତଲାସୀ ପରେ ୩ଟି ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲେ। ଉକ୍ତ ଅଭିଯୁକ୍ତଙ୍କୁ ପରେ ଥାନାରେ ଆଣି ପଚରାଉଚୁରା ପରେ ଉକ୍ତ ଘଟଣାର ମାଷ୍ଟରମାଇଣ୍ଡ ଭୋଗଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଅରୁଣ କୁମାର ନାୟକ ବୋଲି ପ୍ରକାଶ କରିଥିଲେ। ଅଭିଯୁକ୍ତ ଅରୁଣ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ଧନୀ ଠିକାଦାରଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରିବାକୁ କହିଥିବା କହିଥିଲେ। ପରେ ପୁଲିସ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଅରୁଣକୁ ଗିରଫ କରାଯିବା ପରେ ସେ ଅନ୍ୟ ଅଭିଯୁକ୍ତମାନଙ୍କୁ ୪ଟି ବନ୍ଧୁକ, ଗୁଳି ଦେଇଥିବା ସ୍ୱୀକାର କରିବା ସହ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଧନୀ ଠିକାଦାରଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରିବାକୁ କହିଥିବା ସ୍ୱୀକାର କରିଥିଲା। ପରେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ବାଙ୍କୀ ଥାନା ଅନ୍ତର୍ଗତ ବାଉଁଶପୁଟ ଗ୍ରାମର ଆକାଶ ରାଉତ(୨୧)ଙ୍କୁ ମଧ୍ୟ ପୁଲିସ ଗିରଫ କରିବା ସମସ୍ତ ଅଭିଯୁକ୍ତଙ୍କ ଠାରୁ ୪ଟି ବନ୍ଧୁକ, ୬ଟି ଜୀବନ୍ତ ଗୁଳି ଟି ଖଣ୍ଡା,୪ ଟି ମୋବାଇଲ ଫୋନ ଜବତ କରିବା ସହ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍ପି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଏ ନେଇ ତିଗିରିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking