28.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଦେଶଦ୍ରୋହ ମାମଲାରେ ଚିନ୍ମୟ କୃଷ୍ଣଦାସ ଗିରଫ

ଦେଶଦ୍ରୋହ ମାମଲାରେ ଚିନ୍ମୟ କୃଷ୍ଣଦାସ ଗିରଫ

ଢ଼ାକା: ବାଂଲାଦେଶରେ ହେଉଥିବା ହିନ୍ଦୁ ବିରୋଧୀ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଥିବା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣଦାସ ପ୍ରଭୁଙ୍କୁ ଆଜି ଢ଼ାକା ପୁଲିସ୍ ଗିରଫ କରିଛି। ବଂଲାଦେଶ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ତେବେ ଆଜି ସେ କେଉଁଆଡେ ଯିବା ପାଇଁ ବାହାରି ଢାକା ଏୟାରପୋର୍ଟରେ ପହଞ୍ôଚଥିବା ବେଳେ ଖବର ପାଇଁ ପୁଲିସ୍ ତାଙ୍କୁ ଏୟାରପୋର୍ଟରୁ ହିଁ ଉଠାଇନେଇଛି। ପ୍ରକାଶ, ଚିନ୍ମୟ କୃଷ୍ଣଦାସ ନିୟମିତ ଭାବେ ବାଂଲାଦେଶ ସରକାରଙ୍କ ବିରୋଧରେ କହିବା ଜାରି ରଖିଥିଲେ। ସେ ମୁଖ୍ୟତଃ ହିନ୍ଦୁ ବିରୋଧୀ ହିଂସାକୁ ବିରୋଧ କରୁଥିଲେ ଏବଂ ନିକଟରେ ରଙ୍ଗପୁର ଠାରେ ହିନ୍ଦୁଙ୍କ ସପକ୍ଷରେ ଏକ ରାଲି ମଧ୍ୟ କରିଥିଲେ। ଏହି ରାଲିରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରାଯାଇଥିଲା। ସେହିପରି ବାଂଲାଦେଶର ମେହେରପୁରରେ ଥିବା ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ମୟ ପ୍ରଭୁ ହିନ୍ଦୁ ମନ୍ଦିରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହି କାରଣରୁ ଚିନ୍ମୟ ପ୍ରଭୁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କୁହାଯାଉଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଲଗାତାର ଭାବେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking