31.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ

ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ

ଆଣ୍ଡାମାନ୍‌: ଆଜି ଆଣ୍ଡାମାନ ଦ୍ୱୀପ ନିକଟରେ ଲାଗିଥିବା ବୋଟ୍ ଓ ଜାହାଜର ତଲାସୀ କରିଥିଲେ ତଟରକ୍ଷୀ ବାହିନୀ। ଏହି ସମୟରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ଟନ୍ ଓଜନର ଡ୍ରଗ୍ସ ମିଳିଥିଲା। ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ତଟରକ୍ଷୀ ବାହିନୀ ଦ୍ୱାରା ଜବତ ହୋଇଥିବା ଡ୍ରଗ୍ସ ରାକେଟର ଏହା ସବୁଠାରୁ ବଡ଼ ମାମଲା ବୋଲି ବିବେଚନା କରାଯାଉଛି। ପୂର୍ବରୁ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଏତେ ପରିମାଣର ଡ୍ରଗ୍ସ ଜବତ କରାଯାଇନଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। ରିପୋର୍ଟ ଅନୁସାରେ ଏକ ମାଛଧରା ଡଙ୍ଗାରେ ଏସବୁ ଡ୍ରଗ୍ସ ଚୋରା ଚାଲାଣ କରାଯିବା ପାଇଁ ରହିଥିଲା। କିନ୍ତୁ ଗୁଇନ୍ଦା ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀ ଚଢାଉ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking